
ଭଞ୍ଜନଗର : ୧୧/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ପ୍ରାୟ ତିନିଶହ ବର୍ଷ ପୁରାତନ ଭଞ୍ଜ ରାଜବଂଶୀୟ ପ୍ରାଣ ପ୍ରତିଷ୍ଠିତ ନାରାୟଣ ସ୍ୱାମୀ ଏବଂ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା ଗାଲେରୀ ଦକ୍ଷିଣ କାଳୀଙ୍କ ଅପୂର୍ବ ମିଳନ ନାରାୟଣ ପାଟଣା ସ୍ଥିତ ନାରାୟଣ ସ୍ୱାମୀଙ୍କ ମନ୍ଦିରରେ ଉଭୟ ଭାଇ ଏବଂ ଭଉଣୀ ଙ୍କ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମହାମିଳନ ହୋଇଯାଇଛି। ନାରାୟଣ ସ୍ୱାମୀ ଙ୍କ ମନ୍ଦିରକୁ କେବଳ ଗାଲେରୀ ଦକ୍ଷିଣ କାଳୀ ଓ କାଳମ୍ବା ଦଣ୍ଡ କାଳୀଙ୍କ ବ୍ୟତୀତ ଅନ୍ୟ କୌଣସି କାଳୀ ଦେବି ମନ୍ଦିର କୁ ପ୍ରେବେଶ କରନ୍ତି ନାହିଁ। ପ୍ରତିବର୍ଷ ଦଣ୍ଡଯାତ୍ରା ସମୟରେ ଏହି ମହାମିଳନ ପର୍ବ ହୋଇଥାଏ। ମିଳନ ବେଳେ ପୂଜକ ଉଭୟ ଭାଇ ଭଉଣୀ ଙ୍କୁ ଉପଚାର ପୂଜା କର୍ପୁର ଓ କାଠି ଆରତୀ କରିଥାନ୍ତି।ମା କାଳୀଙ୍କ ଏକ ନୂତନ ବସ୍ତ୍ର ନାରାୟଣ ଙ୍କୁ ଦିଆଯାଏ ଶ୍ରୀ ନାରାୟଣ ସ୍ୱାମୀ ଙ୍କ ଏକ ପରିଧାନ ବସ୍ତ୍ର ମାକାଳୀଙ୍କୁ ଦିଆଯାଏ, ନାରାୟଣ ମନ୍ଦିର ପକ୍ଷରୁ ଭଉଣୀ ଙ୍କୁ ଭାର ପ୍ରଦାନ କରାଯାଇଥାଏ।ଶ୍ରୀ ନାରାୟଣ ସ୍ୱାମୀ ଏବଂ ମା ଗାଲେରୀଓ କାଳମ୍ବା କାଳୀ ଭାଇ ଭଉଣୀ ସମ୍ପର୍କ ବୋଲି ବୟୋଜ୍ୟେଷ୍ଟ ମାନେ କୁହନ୍ତି। ଆଜିର ଏହି ଅପୂର୍ଵ ଭବ୍ୟ ମହାମିଳନରେ ଅଞ୍ଚଳର ସହ ସହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥଲେ।