
ଭଞ୍ଜନଗର (ଓଡ଼ିଶା ଟୁଡେ): ଶନିବାର ସକାଳ ୮ ଟା ରୁ ୧୧ ଟା ପର୍ଯ୍ୟନ୍ତ ମରାମତି ସକାଶେ ବିଦ୍ୟୁତ୍ କାଟ ହେବ ବୋଲି ପୂର୍ବ ଘୋଷିତ ହୋଇଥିବା ବେଳେ ଗଛ ଡାଳ ପଡ଼ି ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଯିବାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ଆସିନାହିଁ ଭଞ୍ଜନଗର ଏବଂ ଆଖ ପାଖ ଅଞ୍ଚଳରେ । ଖରା ଗରମକୁ ବିଦ୍ୟୁତ୍ କାଟ ଜନ ସାଧାରଣ ରେ ଅସନ୍ତୋଷ ତୀବ୍ର ହେଉଛି । ବିନା ବ୍ୟାକ ଅପ୍ ପ୍ଲାନ୍ ରେ ଟାଟା ପାୱାର କାର୍ଯ୍ୟକରୁଥିବା ସାଧାରଣ ରେ ଆଲୋଚନା ହେଉଛି । ଭଞ୍ଜନଗର ସତ୍ୟ ସାଇ ବିଦ୍ୟା ବିହାର ନିକଟରେ ବିଦ୍ୟୁତ୍ ଖୁଣ୍ଟ ଉପରେ ଗଛ ଡାଳ ପଡ଼ି ଭାଙ୍ଗି ଯାଇଥିବାରୁ ବିଦ୍ୟୁତ୍ ପ୍ରଦାନ ରେ ବିଳମ୍ବ ହେଉଥିବା ଟାଟା ପାୱାର ପକ୍ଷରୁ ସଫେଇ ଦିଆଯାଇଥିଲା ।