
ଭଞ୍ଜନଗର : ୧୧/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବରୁଡ଼ା ଗ୍ରାମପଞ୍ଚାୟତ ପଂକାଳ ଗ୍ରାମରେ ଗତ ବୁଧବାର ଦିନ ସର୍ଟସର୍କିଟ ଅଗ୍ନିକାଣ୍ଡ ଘଟି ୧୦ରୁ ଉର୍ଦ୍ଧ ପରିବାର ପୋଡ଼ିଜଳି ସମ୍ପୂଣ୍ଣ ଧ୍ବଂସ ହୋଇଯାଇଥିଲା। ସେମାନେ ଖାଇବା ପିନ୍ଧିବା ଏମିତିକି ଚଳିବା ପାଇଁ କଷ୍ଟ ହୋଇଯାଇଥିବା ବେଳେ ବିପଦର ବନ୍ଧୁ ଅନୁଷ୍ଠାନ ପକ୍ଷରୁ ସମସ୍ତ ଅଗ୍ନି ବିପନ୍ନ ମାନଙ୍କୁ ଏକ ମାସ ପାଇଁ ରାସନ, ଚାଉଳ, ଶୁଖିଲା ଖାଦ୍ୟ ବସ୍ତ୍ର ରସ ସାମାନ୍ ଆଦି ପ୍ରଦାନ କରିଛନ୍ତି। ଏଭଳି ଦୟନୟ ପରିସ୍ଥିତିରେ ଅସହାୟଅନଙ୍କୁ ସହାୟତା କରିଥିବାରୁ ସ୍ଥାନୀୟ ଲୋକେ ଅନୁଷ୍ଠାନ ଭୁୟସୀ ପ୍ରଶଂସା କରିଛନ୍ତି।