ମୃତ୍ୟୁ ଶେଯରେ ବି ଅଲୋଡ଼ା ଗୌରୀ,ଶବଦାହ କଲେ ସ୍ବେଛାସେବୀ

ଭଞ୍ଜନଗର :୧୭/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ଦୀର୍ଘଦିନ ହେବ ଭଞ୍ଜନଗର ବାଉଁଶଲୁଣ୍ଡି ଗ୍ରାମର ପ୍ରଧାନ କଲୋନୀର ଏକ ଜରାଜୀର୍ଣ୍ଣ ଭଙ୍ଗା ଘରେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ପଡିରହିଥିଲେ ଗୌରୀଶଙ୍କର ମହାନ୍ତି। ପତ୍ନୀଙ୍କ କିଛି ମାସ ଆଗରୁ ଦେହାନ୍ତ ହୋଇଯାଇଥିଲା ପୁଅ ଝିଅ ମାନଙ୍କ କୌଣସି ଠିକଣା ନଥିବା ବେଳେ ଅଖିଆ ଆପିଆ ଅବସ୍ଥାରେ ପଡ଼ିରହି ମୃତ୍ୟୁର ଦିନ ଗଣୁଥିଲେ ଗୌରୀଶଙ୍କର। ପାଖ ପଡୋଶୀ କିଏ କଣ ଦେଲେ ଖାଉଥୁଲେ ନହେଲେ ଭୋକରେ ଦିନ କାଟୁଥିଲେ। ଯେବେ ପରିବାର ଲୋକ ଅଲୋଡ଼ା କରିଦେଇଥିଲେ ସେତେବେଳେ ପଡୋଶୀ ଗୁପୁଚୁପ ବ୍ୟବସାୟୀ ପ୍ରଭାକର ଡାକୁଆ ଗୌରୀ ଙ୍କୁ ପରିବାର ଭଳି ଆପଣେଇ ନେଇଥିଲେ, ତାଙ୍କ ଖାଇବା ପିଇବା ସହ ସାମର୍ଥ୍ୟ ଅନୁଯାୟୀ ସବୁକିଛି ବୁଝୁଥିଲେ। କିନ୍ତୁ ବୁଧବାର ଦିନ ହଠାତ୍ ଗୌରୀଶଙ୍କର ଙ୍କ ଦେହାନ୍ତ ହୋଇଯାଇଥିଲା । ଗୁରବାର ଦିନ ଖାଇବା ଦେବାକୁ ଯିବା ବେଳେ ତାଙ୍କ ମୃତ ଶରୀର ଦେଖି ସ୍ଥାନୀୟ ବାସିନ୍ଧା ପୋଲିସ କୁ ଖବର ଦେଇଥିଲେ। ପୋଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ବାଉଁଶଲୁଣ୍ଡିର କିଛି ଯୁବକ ଏବଂ ବିପଦର ବନ୍ଧୁ ଓଡିଶା ଅନୁଷ୍ଠାନକୁ ସତ୍କାର ପାଇଁ ପ୍ରଦାନ କରିଥିଲେ। ସ୍ବେଛାସେବୀ ମାନେ ଶବକୁ ମେଡିକାଲରୁ ନେଇ ହିନ୍ଦୁ ରୀତିନୀତି କ୍ରମେ ବାଉଁଶଲୁଣ୍ଡି ସ୍ମଶାନରେ ସତ୍କାର କରିଥିଲେ। ଏଭଳି କାର୍ଯ୍ୟ କୁ ସ୍ଥାନୀୟ ଲୋକେ ଏବଂ ଭଞ୍ଜନଗର ପ୍ରଶାସନ ଅନୁଷ୍ଠାନକୁ ଭୁୟସୀ ପ୍ରଶଂସା କରିଥିଲେ। ପ୍ରକାଶ ଥାଉକି ବିପଦର ବନ୍ଧୁ ଅନୁଷ୍ଠାନ କୋରନା ଠାରୁ ଅଦ୍ୟାବଧି ଶତାଧିକ ଶବ ସତ୍କାର କରିସାରିଲେଣି।