ପାଣି ପାଇଁ ଅଘଟଣ – କୂଅକୁ ଖସିପଡିଲେ ମହିଳା

ଭଂଜନଗର -୧୭/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) କୂଅରୁ ପାଣି ଟାଣୁଥିବା ବେଳେ, କୂଅ ଭିତରକୁ ଖସି ପଡ଼ିଲେ ମହିଳା । ଗାଙ୍ଗପୁର ଥାନା ଅନ୍ତର୍ଗତ ବଡସାଦରା ଗାଁରେ ଶୁକ୍ରବାର ଅପରାହ୍ନରେ ଘଟିଛି ଏଭଳି ଘଟଣା । ଗ୍ରାମବାସୀଙ୍କ ସହଯୋଗରେ କୂଅ ଭିତରେ ଫସି ରହିଥିବା ସଂପୃକ୍ତ ମହିଳାଙ୍କୁ ଉଧାର କରାଯାଇଥିଲା ।
ଉଧାର ମହିଳାଙ୍କୁ ନିକଟସ୍ଥ ଗୋବରା ମେଡିକାଲରେ ଭର୍ତ୍ତି କରିଥିଲେ । ଆହତ ମହିଳା ଜଣକ ବଡସାଦରା ଗ୍ରାମର ପଞ୍ଜଳୀ ଗୌଡ (୩୫) । ସବୁଦିନ ଭଳି ଗାଁ ନିକଟରେ ରହିଥିବା କୂଅକୁ ପିଇବା ପାଣି ସଂଗ୍ରହ କରିବା ପାଇଁ ଯାଇଥିବା ବେଳେ, ଆକସ୍ମିକ ଭାବେ ଗୋଡ ଖସିଯିବାରୁ, ଏଭଳି ଅଭାବନୀୟ ଘଟଣା ଘଟିଥିଲା ।