ଓଡିଶା ବିଧାନସଭା ବାଚସ୍ପତି, ସ୍ୱାସ୍ଥ୍ୟମନ୍ତ୍ରୀ ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାରେ ଯୋଗଦେବା ନିମନ୍ତେ ନିମନ୍ତ୍ରିତ

ଭଞ୍ଜନଗର ୧୭/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ପାରମ୍ପରିକ ଓ ସାଂସ୍କୃତିକ ପର୍ବ “ଯାତ୍ରା ଉତ୍ସବ” ଏହି ବର୍ଷ ଭଞ୍ଜନଗର ଐତିହାସିକ ମା’ଠାକୁରାଣୀ ଯାତ୍ରା-୨୦୨୬ ଘୁମୁସରର ରାଜ ରାଜେଶ୍ବରୀ ଶ୍ରୀ ଶ୍ରୀ ମା’ ବ୍ୟାଘ୍ରଦେବୀ ଓ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ଠାକୁରାଣୀଙ୍କ ଶୁଭ ଆଗମନ ଯାତ୍ରା ଅନୁଷ୍ଠିତ ହେବ । ଏପ୍ରିଲ ୨୬ ତାରିଖ ଠାରୁ ଏହି ଯାତ୍ରା ମଇ ମାସ ୨୦ ତାରିଖ ଯାଏଁ ଅର୍ଥାତ୍ ମାଆଙ୍କ ଭେଟ ଯାତ୍ରା ଓ ପ୍ରତ୍ୟାବର୍ତ୍ତନ ଭତ୍ସବ ସହ ଉଦଯାପିତ ହେବ । ଏହି ଅବସରରେ ଓଡିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଅତିଥି ଭାବେ ଯୋଗଦେବାକୁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ପୌରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ପୂର୍ବତନ ପ୍ରଶାସନିକ ଅଧିକାରୀ ପ୍ରମୋଦ କୁମାର ଦଳବେହେରା, ଧୀରେଶ ମହାନ୍ତି ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଛନ୍ତି।

ଏହି ଯାତ୍ରା ଉତ୍ସବ ଘୁମୁସର ଅଞ୍ଚଳର ଲୋକଙ୍କ ପାଇଁ ଏକ ଗୌରବମୟ ଅବସର, ଯେଉଁଠାରେ ସାହିତ୍ୟ, ସଂସ୍କୃତି, ଓ ନାଟ୍ୟକଳାର ସୁନ୍ଦର ପ୍ରଦର୍ଶନ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଙ୍କ ଉପସ୍ଥିତି ଘୁମୁସର ପାଇଁ ଗୌରବ ଓ ପ୍ରେରଣା ହେବ ବୋଲି ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଏବଂ ପୋରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଜଣାଇଛନ୍ତି ।