
ଚୌଦ୍ୱାର(ଶିବବ୍ରତ ଦାସ ): ଚୌଦ୍ୱାର ମଣ୍ଡଳ କାରାଗାରରୁ ଫେରାର ହୋଇ ଗିରଫ ହୋଇଥିବା ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀର ୭ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି। କର୍ଣ୍ଣାଟକ ପୋଲିସ ତାକୁ କଟକ ଜେଏମଏଫସି କୋର୍ଟରେ ହାଜର କରିବା ପରେ ସେ ପୁଣି ଚୌଦ୍ଵାର ଜେଲକୁ ଫେରିଛି। ରାଜା କୁ କଡା ସୁରକ୍ଷା ବଳୟରେ ଚୌଦ୍ଵାର ଜେଲ କୁ ଅଣା ଯାଇଥିଲା। ସୂଚନା ଯୋଗ୍ୟ ଗତ ବର୍ଷ ଅକ୍ଟୋବର ୩ ତାରିଖରେ ପାଣିକୋଇଲି ର ଏକ ଗହଣା ଦୋକାନ ଲୁଟ ଓ ହତ୍ୟା ମାମଲାରେ ଚୌଦ୍ଵାର ଜେଲରେ ଥିବା ରାଜା ଓ ମଧୁକାନ୍ତ ପାଚେରୀ ଡେଇଁ ଫେରାର ହୋଇ ଯାଇଥିଲେ । ପରବର୍ତ୍ତୀ ସମୟରେ ପ୍ରଥମେ ମଧୁକାନ୍ତ ପରେ ରାଜା କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲେ । ରାଜା ଜେଲ ରୁ ଫେରାର ହେବା ପରେ ବିଭିନ୍ନ ରାଜ୍ୟରେ ଡକାୟତିରେ ସଂପୃକ୍ତି ଥିବାର ଜଣାପଡିଥିଲା । ଏହି କ୍ରମରେ ସେ କର୍ଣ୍ଣାଟକ ମହୀଶୂର ଏକ ସୁନା ଦୋକାନ ଲୁଟ୍ ମଧ୍ୟ ସଂପୃକ୍ତ ଥିଲା । ଓଡ଼ିଶା ପୋଲିସ ତାକୁ ଗିରଫ କରିବା ପରେ ଗତ ୯ ତାରିଖ ରେ କର୍ଣ୍ଣାଟକ ପୋଲିସ ୭ ଦିନ ପାଇଁ ରିମାଣ୍ଡ ରେ ନେଇ ଅଧିକ ପଚରାଉଚରା କରିବା ପାଇଁ ନେଇଥିଲା।