
ଚୌଦ୍ୱାର (ଶିବବ୍ରତ ଦାସ )- ଟାଙ୍ଗୀ ଚୌଦ୍ୱାର ବ୍ଲକ ଅନ୍ତର୍ଗତ ନଖରା ପଂଚାୟତ ରେ ଥିବା ସରସ୍ବତୀ ଶିଶୁମନ୍ଦିର ର ରଜତ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବ ରେ ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀ ସୌଭିକ ବିଶ୍ୱାଳ ଓ ଟେଟ୍ରାହେଡ୍ରନ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟ ର ଅଧକ୍ଷ ଶ୍ରୀ ତ୍ରିଦେବ ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ର ପ୍ରାରମ୍ଭ ରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧନା ଦେବା ସହିତ ଉତ୍ତରୀୟ ପ୍ରଦାନ କରାଯାଇଥିଲା l ଏହା ପରେ ଅତିଥି ଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ବିଧାୟକ ବିଦ୍ୟାଳୟ କୁ ଦଶ ଲକ୍ଷ ଟଙ୍କା ର ସହାୟତା ରାଶି ପ୍ରଦାନ କରିବେ ବୋଲି ମତ ପ୍ରକାଶ କରିଥିଲେ l ଅନ୍ୟ ପକ୍ଷ ରେ ଏହି ବିଦ୍ୟାଳୟ ଟିକୁ ଆଗାମୀ ଦିନ ରେ ଏକ ହାଇସ୍କୁଲ ରେ ପରିଣତ ହେବା ସହିତ ସ୍କୁଲ ର ନବୀକରଣ ପାଇଁ ଦୁଇ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ଟେଟ୍ରାହେଡ୍ରନ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟ ର ଅଧକ୍ଷ ଶ୍ରୀ ତ୍ରିଦେବ ବେହେରା l ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଶିଶୁମନ୍ଦିର ର ପ୍ରଧାନ ଶିକ୍ଷକ, ଟାଙ୍ଗୀ ଚୌଦ୍ୱାର ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ସୁପ୍ରିୟା ଜେଠୀ, ସ୍ଥାନୀୟ ସରପଞ୍ଚ ଶ୍ରୀ ପବିତ୍ର ମୋହନ ଉପାଧ୍ୟାୟ ଙ୍କ ସମେତ ସମସ୍ତ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଉପସ୍ଥିତ ଥିଲେ l ଶେଷରେ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା l