ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀଙ୍କ ଚତୁର୍ଥ ବାର୍ଷିକ ସମ୍ମିଳନୀ

ଭଞ୍ଜନଗର :-୧୯/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସଭାଗୃହ ଠାରେ ଭଞ୍ଜନଗର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ଚତୁର୍ଥ ବାର୍ଷିକ ସମ୍ମିଳନୀ ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟଅତିଥି ଭାବେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି,ବିଶିଷ୍ଟ ଅତିଥିଭାବେ ପ୍ରଫେସର କୃତ୍ତିବାସ ବିଶ୍ୱାଳ,ମୁଖ୍ୟବକ୍ତା ଭାବେ ରାଜ୍ୟସଙ୍ଘ ସମ୍ପାଦକ ଶ୍ୟାମସୁନ୍ଦର ଖାଡ଼ଙ୍ଗା, ସଂମ୍ନାନୀତ ଅତିଥିଭାବେ ଓଷ୍ଟା ରାଜ୍ୟ ସଂଘ ସଭାପତି ଅକ୍ଷୟ ମିଶ୍ର, ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାସ,ଆଲୋଷ୍ଟା ରାଜ୍ୟ ସାଧାରଣ ସମ୍ପାଦକ ସୁକାନ୍ତ କୁମାର ବେହେରା,ପର୍ଶୁରାମ ସ୍ୱାଇଁ, ପଦ୍ମନାଭ ପ୍ରଧାନ, ଅନୁପମ ବାନାର୍ଜୀ, ସୁବଳ ଚନ୍ଦ୍ର ଭୂୟାଁ ମଂଚାସୀନ ହୋଇ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ, ସ୍ୱାସ୍ଥ୍ୟ, ଗମନାଗମନ, ବ୍ୟାଙ୍କ ସେବା ଉପରେ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ସେବା ରହିବା ଉପରେ ବକ୍ତବ୍ୟ ରଖିଥିଲେ l ଅବସରପ୍ରାପ୍ତ କର୍ମଚାରୀଙ୍କ ରହିଥିବା ସାମାଜିକ ସମ୍ମlନ ଉପରେ ଗୁରୁତ୍ୱ ଦେବାକୁ ଅତିଥିମାନେ କହିଥିଲେ l ଏହିଅବସରରେ ଅଶି ବର୍ଷରୁ ଉର୍ଦ୍ଧ ସଭ୍ୟ ମାନଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧିତ କରଲଯାଇଥିଲା l ନେତାଜୀ ବିଷୋୟୀଙ୍କ ସଂଯୋଜନାରେ ହୋଇଥିବା କାର୍ଯ୍ୟକ୍ରମରେ ଶୂଳପାଣି ଶତପଥି, ଜଗବନ୍ଧୁ ଜେନା, ସନ୍ତୋଷ କୁମାର ଜେନା, ପ୍ରଦୀପ କୁମାର ସ୍ୱାଇଁ, ସୁବାସ ଚନ୍ଦ୍ର ତାରିଣୀ,ନିର୍ମଳ ସ୍ୱାଇଁ, ଗଣେଶ ଚନ୍ଦ୍ର ପଣ୍ଡା, ବୃନ୍ଦାବନ ନାୟକ,ରମେଶ ଚନ୍ଦ୍ର ଗୌଡ଼,କବିରାଜ ପୋଲେଇଙ୍କ ସମେତ ବହୁ ସଦସ୍ୟ, ସଦସ୍ୟା ଯୋଗଦେଇ ପରିଚାଳନା କରିଥିଲେ l