
ଭଞ୍ଜନଗର : ୧୯/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳଭଣ୍ଡାରରେ ଗାଧୋଇବା ସମୟରେ ବୁଡି ଯାଇ ଦୁଇ ନାବାଳକ ଯୁବକ ଙ୍କ ମୃତ୍ୟୁ ହୋଇଯାଇଛି। ସୂଚନା ପ୍ରକାରେ ରବିବାର ସନ୍ଧ୍ୟାରେ ଲାଲସିଙ୍ଗି ଗ୍ରାମ ର କାହ୍ନୁ ପ୍ରଧାନ ଏବଂ ଆଶୁତୋଷ ଭୂୟାଁ ଦୁଇଜଣଙ୍କ ବୟସ ୧୭ ବର୍ଷ ସାଙ୍ଗ ମାନଙ୍କ ସହ ଭଞ୍ଜନଗର ଘାଇକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ଗାଧୋଇବା ସମୟରେ ହଟାତ ଦୁଇଜଣଙ୍କ ଗୋଡ ଖଯିବାରୁ ଗଭୀର ପାଣିଭିତରକୁ ପଳାଇଥିଲେ । କେହି କିଛି ଭାବିବା ଆଗରୁ ସବୁକିଛି ସରିଯାଇଥିଲା ଅକାତ ଅକାତ ପାଣିରେ ବୁଡି ଉଭୟ ଙ୍କ ଜୀବନ ଚାଲିଯାଇଥିଲା। ସାଙ୍ଗମାନେ ଅଗ୍ନିଶମ ବିଭାଗ ଅବା ପୋଲିସ କୁ ଖବର ଦେବା ସହ ନିଜେ ସେମାନେ ବଞ୍ଚାଇବା ପାଇଁ ବହୁ ଚେଷ୍ଟା କରିବା ପରେ ମଧ୍ୟ ବଞ୍ଚାଇବାରେ ବିଫଳ ହୋଇଥିଲେ। ପୋଲିସ ବିଭାଗ ଏବଂ ଅଗ୍ନିଶମ ବାହିନୀ ଯାଇ ଗଭୀର ଜଳରୁ ଦୁଇଜଣଙ୍କୁ ଉଦ୍ଧାର କରି ମେଡିକାଲ କୁ ଆଣିଥିଲେ କିନ୍ତୁ ଡାକ୍ତର ଦୁଇଜଣକୁ ମୃତ ଘୋଷଣା କରିଥିଲେ। ମେଡିକାଲ ପରିବେଶରେ ଶୋକାକୁଳ ପରିବେଶ ହୋଇଯାଇଛି।