
ଚୌଦ୍ଵାର (ଶିବବ୍ରତ ଦାସ ): କଟକ ଜିଲ୍ଲା ଚୌଦ୍ଵାର ସର୍କଲ ଜେଲରୁ ମହିଳା ଆସାମୀଙ୍କ ସୁନା ଚୋରି ଅଭିଯୋଗକୁ ଆଧାର କରି ଜଣେ ୱାର୍ଡରକୁ ଉଠାଇନେଲା ଚୌଦ୍ଵାର ପୁଲିସ ।ପ୍ରକାଶଯେ ଚୌଦ୍ବାର ସର୍କଲ ଜେଲ ବିଭିନ୍ନ ଅନିୟମିତତା ଚାଲିଥିବାର ଘଟଣା ପଦାକୁ ଆସିଲା ପରେ ଓଡିଶାରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ସେପ୍ଟେମ୍ବର ୨୦୨୫ ରେ ମାହାଙ୍ଗା ଅଞ୍ଚଳର ଜଣେ ମହିଳା ଇତିଶ୍ରୀ ମହାନ୍ତି କୌଣସି ଏକ ଘଟଣାରେ ଜେଲ ଯିବା ସମୟରେ ଜେଲ କର୍ତ୍ତୃପକ୍ଷଙ୍କୁ ନିଜର ହାତ ମୁଦି, କାନ ରିଙ୍ଗ ଓ ନାକର ରିଙ୍ଗ ଜମା କରିଥିଲେ । ଯାହାକି ଯେଉଁ ଜମା ସିସିଟିଭି ଓ ଏକ ନିର୍ଦ୍ଦିଷ୍ଟ ରେଜିଷ୍ଟରରେ ଲିପିବଦ୍ଧ ହୋଇଥିଲା ବେଳେ ତିନି ମାସ ପରେ ଜେଲରୁ ଜାମିନରେ ଆସିଲା ପରେ ଜେଲ କର୍ତ୍ତୃପକ୍ଷ ଏହି ସୁନା ଅଳଙ୍କାର ପାଉନାହାନ୍ତି କହି ଦେଇନଥିଲେ । ପରବର୍ତୀ ସମୟରେ ଏହି ଘଟଣାରେ ଚୌଦ୍ଵାର ସର୍କଲ ଜେଲର ସୁପରିଟେଣ୍ଡେଣ୍ଟ ସୁଜିତ ରାଉଳ ଆସାମୀ ଇତିଶ୍ରୀ ମହାନ୍ତିଙ୍କୁ ସୁନା ବଦଳରେ ନଗଦ ଏକ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଫେରସ୍ତ କରିଥିଲେ । ଏହି ଘଟଣାରେ ଇତିଶ୍ରୀ ଡିସିପିଙ୍କ ଦ୍ଵାରସ୍ଥ ହେବା ପରେ ପୁଲିସ ତଦନ୍ତ କରି ଆଜି ଚୌଦ୍ଵାର ଜେଲର ଜଣେ ୱାର୍ଡର ମନୋଜ ମଣ୍ଡଳଙ୍କୁ ଉଠାଇ ନେଇଥିବାର ଜଣା ପଡିଛି । ଅନ୍ୟ ପକ୍ଷରେ ଅନ୍ୟ ଜଣେ ୱାର୍ଡର ସାମିଲ ଥିବାବେଳେ ସେ ଛୁଟିରେ ଥିବାର ଜଣାପଡିଛି । ଏଥା ସହିତ ଅଧିକ ତଦନ୍ତ କରାଗଲେ ଏହି ଘଟଣା ସତ୍ୟାସତ୍ୟ ଜଣାପଡିବା ସହିତ ଏହାର ପଛଦ ପଟରେ ଯେଉଁ ବଡ଼ବଡ଼ ଉପରିସ୍ଥ ଅଧିକାରୀ ଅଛନ୍ତି ବୋଲି ଜଣା ପଡିବ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଦାବି କରାଯାଉଛି ।