ଭଞ୍ଜନଗର: ବଡକୋଦଣ୍ଡା କ୍ଲଷ୍ଟର ୟୁବି ହାଇସ୍କୁଲରେ ୯ମ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଭଞ୍ଜନଗର ବ୍ଳକ୍ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବଡକୋଦଣ୍ଡା କ୍ଲଷ୍ଟର ଅନ୍ତର୍ଗତ ଭଞ୍ଜନଗର ୟୁବି ହାଇସ୍କୁଲରେ ୯ ମ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ୧ମ ଶ୍ରେଣୀ ଠାରୁ ୩ୟ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ଦକ୍ଷତା ଅଭିବୃଦ୍ଧି ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ କଳା ଦକ୍ଷତାର ବିନୀମୟ ଓ ବିଭିନ୍ନ ଶୈକ୍ଷିକ ଆପୋଷ ଆଲୋଚନା ପାଇଁ ପ୍ରତି ମାସରେ ଥରେ ଏହି ମାସିକ ବୈଠକ ଅନୁଷ୍ଠିତ ହୋଇଥାଏ। ପ୍ରତ୍ୟେକ ମାସିକ ବୈଠକରେ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଏଫ୍ ଏଲ୍ ଏନ୍ ଏବଂ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ବୈଠକରେ ଯୋଗଦାନ କରିଥାନ୍ତି। କ୍ଲଷ୍ଟର ସିଆରସିସି ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଉମାକାନ୍ତ ନାୟକଙ୍କ ସୁପାରିଶ କ୍ରମେ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଶ୍ରୀ ମତି ସସ୍ମିତା କୁମାରୀ ନାୟକ, ପ୍ରଶାନ୍ତ କୁମାର ପ୍ରଧାନ, ଶ୍ୟାମାପ୍ରସାଦ ମିଶ୍ର ପରିଚାଳନାରେ ସହଯୋଗ କରିଥିଲେ।ଆଜିର ଏହି ମାସିକ ବୈଠକରେ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଯଥା ସସ୍ମିତା ରାଣୀ ତ୍ରିପାଠୀ, ପୁଷ୍ପାଞ୍ଜଳୀ ଗୌଡ଼, ଆଶା କୁମାରୀ ମଲ୍ଲିକ, ସସ୍ମିତା କୁମାରୀ ପାତ୍ର, ଡ଼ି ଭାରତୀ, ସସ୍ମିତା ମିଶ୍ର, ସୁନୀଲ କାନ୍ତ ପଟ୍ଟନାୟକ, ସସ୍ମିତା ନାୟକ, ଆର ସୁଧାଂଶୁ ଶେଖର ବେହେରା ଏବଂ ଏଫ୍ ଏଲ୍ ଏନ୍ ତଥା ସହକାରୀ ଶିକ୍ଷକ ରୂପେ ଲୋପାମୁଦ୍ରା ରଥ, ସଙ୍ଗୀତା ପ୍ରଧାନ, ଶୁଭଶ୍ରୀ ସାହୁ, ସଂଧ୍ୟା ରାଣୀ ପଟ୍ଟନାୟକ, ରଞ୍ଜିତା ପ୍ରଧାନ, ସବିତା କୁମାରୀ ପଟ୍ଟନାୟକ, ପୂର୍ଣଚନ୍ଦ୍ର ସାହୁ, ସୁଜାତା ଦାସ୍, ରାଜଲକ୍ଷ୍ମୀ ସାହୁ, ଜ୍ୟୋତ୍ସ୍ନା କୁମାରୀ ପ୍ରଧାନ ଓ ମିନତି କୁମାରୀ ବିଷୋୟୀ ଅଂଶଗ୍ରହଣ କରିଥିଲେ। ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଏବିଇଓ ଶ୍ରୀ ଚରଣ ବେହେରା ଯୋଗଦାନ କରି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉଲ୍ଲେଖ କରିଥିଲେ। ବିଦ୍ୟାଳୟର ଶୈକ୍ଷିକ ଓ ଭୌତିକ ପରିବେଶ, ଏଫ୍ ଏଲ୍ ଏନ୍ ଶ୍ରେଣୀ କକ୍ଷ ସାଜସଜ୍ଜା, ବିଦ୍ୟାଳୟର ସହଯୋଗିତା ଏବଂ ସହଭାଗିତା ତଥା ଆତିଥ୍ୟେୟତା ପାଇଁ ସମସ୍ତେ ସନ୍ତୋଷ ବ୍ୟକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *