
ଭୁବନେଶ୍ବର: ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବା ପାଇଁ କେନ୍ଦ୍ର ସରକାରଙ୍କର କେତେକ ନିର୍ଦ୍ଦିଷ୍ଟ ମାନଦଣ୍ଡ ରହିଛି। ସେସବୁ ଅନୁସାରେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରବର୍ତ୍ତିତ ଯୋଜନା ପାଇଁ ଅର୍ଥ ଆବଣ୍ଟନ ହୋଇଥାଏ।ଆଗାମୀ ଦିନରେ ଓଡ଼ିଶାକୁ ଏକ ବିକଶିତ ରାଜ୍ୟ ଭାବରେ ଗଢ଼ି ତୋଳିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏଭଳି ସୂଚନା ପ୍ରଦାନ କରିଛନ୍ତି ।
ବିଜେଡ଼ିର ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ବିଧାନସଭାରେ ଅଣତାରକା ପ୍ରଶ୍ନ ପଚାରିଥିଲେ ଯେ, ଓଡିଶାକୁ ସ୍ୱତନ୍ତ୍ର ଶ୍ରେଣୀ ମାନ୍ୟତା ଦାବି ସମ୍ପର୍କରେ ରାଜ୍ୟ ସରକାରଙ୍କର ନିର୍ଦ୍ଧିଷ୍ଟ ମତ କଣ ରହିଛି। ଏହି ମାନ୍ୟତା ପାଇବା ପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ପ୍ରସ୍ତାବ ରଖିବେ କି, ଯଦି ହଁ କେବେ ସୁଦ୍ଧା , ଯଦି ନାଁ କେଉଁ କାରଣ ପାଇଁ ।