ଭଞ୍ଜନଗର : ଘୁମୁସର ଇତିହାସ ଉପରେ ଅଧିକ ଗବେଷଣା ହେବ

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ): ଘୁମୁସର ଗବେଷଣା ପ୍ରତିଷ୍ଠାନ ତାର ଅଷ୍ଟମ ବାର୍ଷିକ ଉତ୍ସବ ମେ ଶେଷ ସପ୍ତାହରେ ପାଳନ କରିବ। ତେଣୁ ସଙ୍ଘର କର୍ମକର୍ତ୍ତା ମାନେ ରବିବାର ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ଭେଟି ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରଛନ୍ତି। ଏହି ସମୟରେ ବିଧାୟକ ନାୟକ ଘୁମୁସର ଇତିହାସ ଉପରେ ଅଧିକ ଗବେଷଣା କରିବା ପାଇଁ ସଙ୍ଘର କର୍ମକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ ସରକାରଙ୍କ ପକ୍ଷରୁ ମଧ୍ୟ ଘୁମୁସର ଇତିହାସ ଉପରେ ଅଧିକ ଗବେଷଣା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ବିଧାୟକ କହିଥିଲେ। ବର୍ତ୍ତମାନ ଘୁମୁସରରେ ଥିବା ବିଭିନ୍ନ ଐତିହାସିକନ୍‌ସ୍ଥଳୀ ଗୁଡ଼ିକର ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଆଯାଇଛି। ଏନେଇ ଅନୁଦାନ ଦିଆଯାଇଛି ବୋଲି ବିଧାୟକ ନାୟକ କହିଥିଲେ। ଭଞ୍ଜନଗରରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଉପରେ ଏକ ମ୍ୟୁଜିୟମ ହେବ। ଚକରା ବିଷୋୟୀ ଏବଂ ଦୋହରା ବିଷୋୟୀଙ୍କ ସ୍ମୃତି ରକ୍ଷା ପାଇଁ ଚକରା ଘାଟି, ଘାଟିଶୁଲାର ବିକାଶ କରାଯାଉଛି ବୋଲି ବିଧାୟକ କହିଥିଲେ। ଏହି ସମୟରେ ଘୁମୁସର ଗବେଷଣା ପ୍ରତିଷ୍ଠାନର ସଭାପତି ଡ ସନ୍ତୋଷ କୁମାର ଆପଟ,ସମ୍ପାଦକ ତପନ କୁମାର ମିଶ୍ର, କୋଷାଧ୍ୟକ୍ଷ ଡ ଦାମୋଦର ଷଡ଼ଙ୍ଗୀ, କାର୍ଯ୍ୟକାରିଣୀ କମିଟି ସଦସ୍ୟ ଅଧ୍ୟାପକ ଆଶୋକ କୁମାର ସ୍ବାଇଁ, ଡ ରବିନ୍ଦ୍ର କୁମାର ମିଶ୍ର, ବାବୁଲା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *