ଭଞ୍ଜନଗର : କାଳ ସାଜିଲା ବୋଦା ଭୋଜି ଟାଟା ଏସି ଓଲଟି ୨ ମୃତ ୨୦ ଆହାତ

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ) : ସୋରଡ଼ା ଭଞ୍ଜନଗର ମୁଖ୍ୟ ରାସ୍ତାର କୁଲାଙ୍ଗି ଗ୍ରାମ ନିକଟ ବୁଲାଣି ରାସ୍ତାରେ ମଙ୍ଗଳବାର ଏକ ଟାଟାଏସି ଗାଡି ଭାରସାମ୍ୟ ହରାଇ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ସୋରଡ଼ା ନିକଟସ୍ଥ ବାଘଲିଙ୍ଗିରୁ ସାନବୋରସିଙ୍ଗି ନିକଟ ବ୍ରାହ୍ମଣଦେବୀ ମନ୍ଦିର କୁ ବୋଦା ଭୋଜି ଖାଇବାକୁ ଗାଡ଼ିରେ ଯାଉଥିବା ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିଲେ। ସ୍ଥାନୀୟ ବାସିନ୍ଦା ତୁରନ୍ତ ସମସ୍ତ ଆହାତଙ୍କୁ ଉଦ୍ଧାର କରି ଭଞ୍ଜନଗର ଓ ସୋରଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ।ଭଞ୍ଜନଗର ମେଡିକାଲ ରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଚାରି ଜଣଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲ କୁ ରେଫର କରିଛନ୍ତି। ମୃତ ଦୁଇ ଜଣ ବାଘଲିଙ୍ଗିର ବାଦଲ ଗୌଡ(୧୫) ଓ କେଶରୀ ପାଟଣାର ଚନ୍ଦ୍ରମା ଗୌଡ (୨୭) ବୋଲି ଜଣାପଡିଛି। ଭଞ୍ଜନଗର ଉପଜିଲ୍ଲାପାଳ ଉମା ଶଙ୍କର ବେହେରା ମେଡିକାଲ ରେ ପହଞ୍ଚି ଆହାତଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।ସୂଚନାନୁସାରେ, ମଙ୍ଗଳବାର ସକାଳୁ ସୋରଡ଼ା ନିକଟ ବାଘଲିଙ୍ଗି ଗ୍ରାମରୁ ଏକ ଟାଟାଏସି ଗାଡିରେ ୧୭ରୁ ଉର୍ଦ୍ଧ୍ବ ଲୋକ ବସି ବେଲଗୁଣ୍ଠା ବ୍ଲକ ସାନବୋରସିଙ୍ଗି ଅଭିମୁଖେ ବଳି ବୋଦା ଭୋଜି ଖାଇବାକୁ ଆସୁଥିଲେ। ଦ୍ରୁତ ଗତିରେ ଆସୁଥିବା ଗାଡ଼ିଟି କୁଳାଙ୍ଗୀ ନିକଟରେ ହଠାତ୍‌ ଭାରସାମ୍ୟ ହରାଇ ଏକ କଲଭର୍ଟକୁ ଧକ୍କା ହୋଇ ଓଲଟି ପଡିଥିଲା ।

ଫଳରେ ଗାଡିରେ ଥିବା ପୂଜା ଗୌଡ଼,ସଂଗୀତା ଗୌଡ଼,ହାଡ଼ିଆଣୀ ଗୌଡ଼, ସ୍ବପ୍ନାରଣୀ ଗୌଡ଼,ଚନ୍ଦନ ଗୌଡ଼,ସଞ୍ଜୁ ଗୌଡ଼,ପ୍ରକାଶ ଚନ୍ଦ୍ର ଗୌଡ଼,ଅନିତା ଗୌଡ଼, କୁନ୍ଦନ ଗୌଡ଼,ମାଗତା ଗୌଡ଼,ଝିଆନି ଗୌଡ଼,ବାଦଲ ଗୌଡ଼, ଚନ୍ଦ୍ରମା ଗୌଡ଼ ଙ୍କ ସମେତ ଅନ୍ୟ ମାନେ ଆହାତ ହୋଇଥିଲେ।ସ୍ଥାନୀୟ ବାସୀନ୍ଦା ତୁରନ୍ତ ସମସ୍ତ ଆହାତଙ୍କୁ ଉଦ୍ଧାର କରି ଭଞ୍ଜନଗର ଓ ସୋରଡ଼ା ମେଡିକାଲ ରେ ଭର୍ତ୍ତି କରିଥିଲେ।ବାଦଲ ଓ ଚନ୍ଦ୍ରମା ଙ୍କୁ ଭଞ୍ଜନଗର ମେଡିକାଲ ରେ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନିତା,ସଙ୍ଗିତା ଓ ପ୍ରକାଶଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଭଞ୍ଜନଗର ମେଡିକାଲ ରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି।ଅନ୍ୟ ଆହାତ ମାନେ ସୋରଡ଼ା ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି।ମାନସିକ ବୋଦା ଭୋଜି ଖାଇବାକୁ ଯାଉଥିବା ଦୁଇ ଜଣଙ୍କ ପାଇଁ ଶେଷ ଯାତ୍ରା ହୋଇପଡିଛି। ଏହି ଘଟଣାକୁ ନେଇ ସଂମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା,ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ,ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ମେଡିକାଲ ରେ ପହଞ୍ଚି ଆହାତ ଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଉତ୍ତମ ଚିକିତ୍ସା ପ୍ରଦାନ ପାଇଁ ମେଡିକାଲ କର୍ତ୍ତୃପକ୍ଷ ଙ୍କୁ ନିର୍ଦେଶ ଦେଇଛନ୍ତି।ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଗାଙ୍ଗପୁର ପୁଲିସ ଓ ପରିବହନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *