କଟକ : ବଲାଙ୍ଗୀର ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ଏସୟୁଜେ ଓଡ଼ିଶା

କଟକ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ବଲାଙ୍ଗୀର ଜିଲ୍ଲା ପୁଇଁତଳାର ସାମ୍ବାଦିକ ବିଜୟ ପ୍ରଧାନ ଙ୍କୁ ଆକ୍ରମଣ ଘଟଣା ରେ ଆଜି “ଏସୟୁଜେ ଓଡ଼ିଶା” ସଭାପତି କୈଳାଶ ଚନ୍ଦ୍ର ନାୟକ, ବଡ଼ ଖବର ର ମୁଖ୍ୟ ସମ୍ପାଦକ ଅର୍ଧେନ୍ଦୁ ଦାସ, ଉତ୍କଳ ସାମ୍ବାଦିକ ସଙ୍ଘ ର ସଭାପତି ବିଭୂତି ଭୂଷଣ କର, ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ସାହୁ ଏବ ଏ.କେ. ରାୟ ଙ୍କ ସମେତ ବିଭିନ୍ନ ପ୍ରମୁଖ ସାମ୍ବାଦିକ ସଂଗଠନ କଟକ ଠାରେ ପୋଲିସ ମୁଖ୍ୟାଳୟରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ (ଆଇପିଏସ୍) ଙ୍କୁ ଭେଟି ମୁଖ୍ୟ ଅଭିଯୁକ୍ତ ଗଜେନ୍ଦ୍ର ଦଳାଇ କୁ ଅବିଳମ୍ବେ ଗିରଫ କରିବାକୁ ଦାବି କରିଥିଲେ। ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ପରେ ସ୍ଥାନୀୟ ପୋଲିସ ଆକ୍ରମଣକାରୀ ଙ୍କୁ ଗିରଫ କରିବା ପରିବର୍ତ୍ତେ କିପରି ଓଲଟି ଅଭିଯୋଗକାରୀ ସାମ୍ବାଦିକ ଙ୍କ ନାମରେ ମାମଲା ରୁଜୁ କରି ଗଣମାଧ୍ୟମ ର କଣ୍ଠରୋଧ କରୁଛନ୍ତି ସେ ସମ୍ପର୍କରେ ମଧ୍ୟ ଶ୍ରୀଯୁକ୍ତ ଖୁରାନିଆ ସହିତ ଆଲୋଚନା ହୋଇଥିଲା। ପୋଲିସ ମହାନିର୍ଦ୍ଦେଶକ ମହାଶୟ ସାମ୍ବାଦିକ ସଙ୍ଘ ମାନଙ୍କ ର ଦାବି କୁ ଧୈର୍ଯ୍ୟର ସହିତ ଶୁଣିବା ସଙ୍ଗେ ସଙ୍ଗେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *