ରାହୁଲ ଗାନ୍ଧୀଙ୍କ ଟ୍ୱିଟ ପରେ ଖାରିଗୁମ୍ମା ଗାଁ ରେ ପହଁଚିଲେ କଂଗ୍ରେସ ଟିମ

ଧରାକୋଟ ୨୫/୦୬ ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଧରାକୋଟ ତହସିଲ ଅନ୍ତର୍ଗତ ଖାରିଗୁମା ଗ୍ରାମରେ ଗତ ରବିବାର ଦଳିତ ଦୁଇ ପରିବାର କୁ ଗାଁ ଦାଣ୍ଡରେ ନିର୍ଯ୍ୟାତନା ଘଟଣା କୁ ଭାରତୀୟ ଜାତୀୟ କଂଗ୍ରେସ ର ନେତା ରାହୁଲ ଗାନ୍ଧୀ ଟୁଇଟ କରି ସରକାର ଙ୍କ ଶାସନ କଳ କୁ ନିନ୍ଦା କରିଥିଲେ l ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଦାସ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଏକ ଟିମ ଗାଁ ରେ ପହଁଚି ଆଲୋଚନା କରିଥିଲେ l ଏହି ଟିମ ରେ ଗଞ୍ଜାମ ଜିଲ୍ଲା (ପଶ୍ଚିମ ) ସଭାପତି ବରିଷ୍ଠ ଆଇନଜୀବି ରବୀନ୍ଦ୍ର ନାଥ ଶର୍ମା ଙ୍କ ନେତୃତ୍ୱ ରେ ଏସି ସେଲ ର ସଭାପତି ମାନସ ମଲ୍ଲିକ, ଉପ ସଭାପତି ଭୋକାଲି ସେଠି,ମାନସ ମଲ୍ଲିକ, ଜୟନ୍ତ ଭୋଇ, ଆଇନଜୀବୀ ରାଜ କିଶୋର ନାୟକ, ଭାଗିରଥି ବେହେରା, ଆସିକା ସାଂସଦ ପ୍ରାଥୀ ଯୁବ ଆଇନଜୀବି ଦେବକାନ୍ତ ଶର୍ମା, ଆଇନଜୀବି ଟୁଟୁ ପାତ୍ର, ଆଇନଜୀବୀ ପ୍ରିୟାଂଶୁ ପରିଡା ପ୍ରମୁଖ ଅପରାହ୍ନ ରେ ସିଙ୍ଗିପୁର ଗ୍ରାମର ବାବୁଲା ନାୟକ ଓ ବୁଲୁ ନାୟକଙ୍କ ପରିବାର କୁ ଭେଟି ଥିଲେ l ଏଥି ସହିତ ଧରାକୋଟ ଥାନା ରେ ପହଂଚି ଏସ ଡି ପି ଓ ସନ୍ତୋଷ କୁମାର ଜେନା ଙ୍କ ସହ ଆଲୋଚନା କରିଥିଲେ l ଘଟଣା ଘଟିବାର ଦୁଇ ଦିନ ବିତି ଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ପୋଲିସ ଅସମୀଙ୍କୁ ଗିରଫ କରିବା ରେ ସଫଳ ହୋଇ ନାହାନ୍ତି l ଏଥି ସହିତ ଏହି ଦଳିତ ପ୍ରତି ପରିବାରକୁ ଜୋରିମାନା ବାବଦ କୁ ଏକ କୋଟି ଟଙ୍କା ମୋହନ ସରକାର ପ୍ରଦାନ କରିବାକୁ ଦାବୀ କରିଛନ୍ତି l ଏଥି ସହିତ ଦୁଇ ପରିବାର କୁ ସୁରକ୍ଷା ଏବଂ ଦୋଷୀକୁ ଦଣ୍ଡ ମିଳିବା ପର୍ଯ୍ୟନ୍ତ କଂଗ୍ରେସ ଦଳ ଏହି ଦୁଇ ପରିବାର ସହ ରହିବ ବୋଲି ଏହି ଟିମ ଆଜି ଆସିକା କଂଗ୍ରେସ କାର୍ଯ୍ୟାଳୟ ରେ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *