ଭଞ୍ଜନଗର : କଳାବ୍ୟାଜ୍ ପିନ୍ଧି କାମ କଲେ ଅମଲା

ଭଞ୍ଜନଗର ୦୮/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଓଡ଼ିଶା ରାଜସ୍ବ ଅମଲା ସଂଘର ବାରମ୍ବର ଦାବି ସତ୍ତ୍ୱେ ଦଶ ଦଫା ଦାବି ପୂରଣ ହେଉ ନଥିବା ପ୍ରତିବାଦରେ ଗଞ୍ଜାମ ଜିଲା ତମାମ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ରାଜସ୍ବ ଅମଲାମାନେ ସୋମବାର ଠାରୁ ୧୧ତାରିଖ ଶୁକ୍ରବାର ପର୍ଯ୍ୟନ୍ତ କଳା ବ୍ୟାଜ୍ ପରିଧାନ କରି କାର୍ଯ୍ୟ କରୁଛନ୍ତି। ଜିଲାସ୍ତରୀୟ କାର୍ଯ୍ୟରତ ରାଜସ୍ବ ଅମଲାଙ୍କ ମୂଳ ଦରମା ଓଆରଏସପି-୨୦୧୭ନିୟମ ଅନୁଯାୟୀ ଲେବେଲ-୯ କୁ ବୃଦ୍ଧି,ତଥ୍ୟକୁ ଆଧାର କରି ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ, କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା, ପୁନଃ ଥଇଥାନ ଯୋଜନା ନିୟମାବଳୀ ଅନୁଯାୟୀ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେକୌଣସି ଜଣଙ୍କୁ ଯୋଗ୍ୟତା ଭିଭିରେ ନିଯୁକ୍ତି, ଓଡ଼ିଶା ରାଜସ୍ବ ସେବା ପଦ୍ଧତିରେ ରାଜସ୍ବ ଅମଲାଙ୍କୁ ଶତ ପ୍ରତିଶତ ପଦୋନ୍ନତି, ନୂତନ ପେନସନ ଯୋଜନାକୁ ରଦ୍ଦ କରି ପୁରାତନ ପେନସନ ଯୋଜନା କାର୍ଯ୍ୟକାରୀ କରାଯିବା ଭଳି ବିଭିନ୍ନ ଦାବି ନେଇ ଭଞ୍ଜନଗର ଉପଖଣ୍ଡ ସଦର ମହକୁମାର ଉପଜିଲାପାଳଙ୍କ କାର୍ଯ୍ୟାଳୟର ସମେତ ତହସିଲ,ବ୍ଲକ,ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ରାଜସ୍ବ ଅମଲାମାନେ କଳା ବ୍ୟାଜ୍‌ ପରିଧାନ କରିବା ସହ ସ୍ବାଭାବିକ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି । ତେବେ ସରକାର ଆସନ୍ତା ଜୁଲାଇ ୧୪ ତାରିଖ ମଧ୍ୟରେ ସେମାନଙ୍କ ଦାବି ପୂରଣ ନକଲେ ରାଜ୍ୟ ସଂଘର ନିଷ୍ପତ୍ତି ଅନୁଯାୟୀ ସମସ୍ତ ରାଜସ୍ବ ଅମଲା ସେହି ଦିନଠାରୁ ସମ୍ପୂର୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ସଂଘର ସଦସ୍ୟ ମାନେ ଚେତାଇ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *