ଭଞ୍ଜନଗର : ପ୍ରତେକ ଘରେ ଶ୍ରୀ ଅରବିନ୍ଦଙ୍କ ବାଣୀ ପହଞ୍ଚାଇବା ପାଇଁ ପ୍ରୟାସ

ଭଞ୍ଜନଗର ୧୩/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ଶ୍ରୀଅରବିନ୍ଦ ଶକ୍ତିପୀଠ ପରିସରରେ ରବିବାର ଆସ୍ପୃହା ମଣ୍ଡଳ ଅଧୀନରେ ଆସୁଥିବା ଗଞ୍ଜାମ, କନ୍ଧମାଳ ଓ ଗଜପତି ଜିଲା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ, ସମ୍ପାଦକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନୂଆ ଶିକ୍ଷାନୀତି ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା। ଏଥିସହ ଆମ ବିଜ୍ଞାନ, ଆମ ପ୍ରକଳ୍ପ ମେଳା ବୁଗୁଡ଼ାରେ ଆସନ୍ତା ସେପ୍ଟେମ୍ବର ୧୩, ୧୪ରେ ହେବ। ଜୁଲାଇ ୨୯ରେ ସାଧକ ସାଧିକା ସମ୍ମିଳନୀ ବ୍ରହ୍ମପୁରରେ ହେବ। ଏଥିସହ ଆଗାମୀ ଦିନରେ ଶ୍ରୀଆରବିନ୍ଦଙ୍କ ବାଣୀ ସମସ୍ତ ଘରେ ପହଞ୍ଚାଇବା ଉପରେ ଆଲୋଚନା ହୋଇଥିଲା। ଜିଲା ସଂଗଠକ ଶଶଧର ବେହେରା, ଲକ୍ଷ୍ମୀଧର ଦାସ, ଡାଲିଯୋଡ଼ା ଆଶ୍ରମ ସାଧକ ପ୍ରଭାତ କୁମାର ନାୟକ ଅତିଥି ଭାବେ ଯୋଗଦେଇ ନିଜର ମତ ରଖିଥିଲେ।ସୁଶାନ୍ତ ଲେଙ୍କା ବିବରଣୀ ପାଠ କରିଥିଲେ। ଜଗନ୍ନାଥପ୍ରସାଦ ଶିକ୍ଷାକେନ୍ଦ୍ର ସମ୍ପାଦକ ମହେନ୍ଦ୍ର କୁମାର ପଣ୍ଡା, ବିଦେଶୀ ସାହୁ, ରମେଶ ବେହେରା, ରାମକୃଷ୍ଟ ପାତ୍ର , ବିଡ଼ିପୂର ସମ୍ପାଦିକା ରଶ୍ମିତା ସାହୁ ପ୍ରମୁଖ ଯୋଗ ଦେଇଥିଲେ। ମାତୃ ସଙ୍ଗୀତ ଜ୍ୟୋତିର୍ମୟୀ ପ୍ରଧାନ ଗାନ କରିଥିଲେ। ରତ୍ନମଞ୍ଜରୀ ପଣ୍ଡା, ପ୍ରତିମା ମହାରଣା, ସୁନନ୍ଦା ବେହେରା, ସୁଷମା ପଣ୍ଡା, ସ୍ବପ୍ନା ପ୍ରଧାନ, ସବିତା ଦାସ, ସୁଚିତ୍ରା ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ସଭା ପ୍ରାରମ୍ଭରେ ଆଶ୍ରମର ପୂର୍ବତନ ଟ୍ରଷ୍ଟି ରଘୁନାଥ ପଣ୍ଡାଙ୍କ ବିୟୋଗରେ ଏକ ମିନିଟ୍‌ ନୀରବ ପ୍ରାର୍ଥନା ହୋଇଥିଲା ।

Leave a Reply

Your email address will not be published. Required fields are marked *