BMC ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ: ଆୟ ବହିର୍ଭୂତ ସମ୍ପତି ନେଇ ଚାଲିଛି ଖୋଳତାଡ

ଭୁବନେଶ୍ୱର : ଭିଜିଲାନ୍ସ ସ୍କାନରରେ BMC ଅଧିକାରୀ । ଆୟବର୍ହିଭୂତ ସମ୍ପତ୍ତି ରଖିବା ଅଭିଯୋଗରେ ଆଜି ସକାଳୁ ସକାଳୁ ବିଏମସି ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘର ରେଡ୍ କରିଛି ଭିଜିଲାନ୍ସ ଟିମ । ନିର୍ବାହୀ ଯନ୍ତ୍ରୀଙ୍କ ଭୁବନେଶ୍ୱର ବଡଗଡ ସ୍ଥିତ ଘର ସମେତ ଏକକାଳୀନ ଚାରୋଟି ସ୍ଥାନରେ ଚାଲିଛି ଚଢ଼ାଉ ।ଭିଜିଲାନ୍ସ ନିର୍ଦ୍ଦେଶାଳାୟ ପକ୍ଷରୁ ଦିଆଯାଇଥିବା ସୁଚନା ଅନୁସାରେ, ୬ ଜଣ ଡିଏସପି ଓ 10ଜଣ ଇନସ୍ପେକ୍ଟରଙ୍କ ନେତୃତ୍ବରେ ଏକକାଳୀନ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି । ଏକ ଟିମ୍ ଭୁବନେଶ୍ୱର ବିଏମସି ସ୍ଥିତ ତାଙ୍କ ଅଫିସ ସମେତ ଭୁବନେଶ୍ୱର ବଡଗଡ ସ୍ଥିତ ପ୍ଲଟ ନମ୍ବର RP -12ର ଏକ ତିନି ମହଲା କୋଠାଘରେ ଚଢାଉ କରିଛି । ଚଢାଉ ସମୟରେ ଅନେକ ଜମି, ଜିନିଷ, ଗହଣା ଓ ଟଙ୍କା ଥିବା ଠାବ କରିାଯାଇଛି ।ସେହିପରି ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କର ଗୋଟିଏ ଫାର୍ମ ହାଉସ ଥିବା ଚଢାଉ ବେଳେ ଠାବ ହୋଇଛି ‌। ବାଲିଅନ୍ତା ତହସିଲ ଅନ୍ତର୍ଭୁକ୍ତ ରଣପୁର ମୌଜାରେ ଏହି ଫାର୍ମ ହାଉସରେ ପୋଖରି ସହ ଅନେକ ଗଛ ଲଗା ଯାଇଛି । ସେହିପରି ରାୟଗଡା ଗୁଣୁପୁର ଜଙ୍ଗମ ଷ୍ଟ୍ରିଟସଠାରେ ଥିବା ତାଙ୍କ ପୈତୃକ ଘରେ ମଧ୍ୟ ରେଡ ଚାଲିଛି।ତେବେ ନିର୍ବାହୀ ଯନ୍ତ୍ରୀଙ୍କର ଆଉ କେତେ ଜମି, ଘର ଓ ସମ୍ପତ୍ତି ରହିଛି , କେଉଁ ବ୍ୟାଙ୍କରେ କେତେ ଡିପୋଜିଟ୍ ରହିଛି, କେଉଁ ତହସିଲସୋ ବ୍ଲକ ଅଞ୍ଚଳରେ କେତେ ଜାଗା ରହିଛି ତାର ଆକଳନ ଚାଲିଛି ।

Leave a Reply

Your email address will not be published. Required fields are marked *