
ପୁରୀ : ପାଖେଇ ଆସୁଛି ରାକ୍ଷୀ । ଭାଇ ହାତରେ ସ୍ନେହର ଡୋରି ବାନ୍ଧିବ ଭଉଣୀ । ଆଉ ମାଗିବ ସାରା ଜୀବନ ପାଇଁ ସୁରକ୍ଷାର ପ୍ରତିଶ୍ରୁତି । ରାକ୍ଷୀ ପୂର୍ଣ୍ଣିମା ପାଖେଇ ଆସୁଥିବାରୁ ବଜାରରେ ଭଳିକି ଭଳି ରାକ୍ଷୀ ବିକ୍ରି ହେଲାଣି । ଷ୍ଟୋନ, କୁନ୍ଦନଠୁ ନେଇ କେତେ କଣ ରାକ୍ଷୀର ଚାହିଦା ରହିଛି । ହେଲେ ଶ୍ରୀକ୍ଷେତ୍ରରେ ପ୍ରସ୍ତୁତ ହେଉଛି ପଞ୍ଚଗବ୍ୟ ରାକ୍ଷୀ । ଯାହାକି ବଜାରରେ ମିଳୁଥିବା ରାକ୍ଷୀଠାରୁ ବେଶ ଅଲଗା ଓ ସ୍ବତନ୍ତ୍ର । ଗୋମାତାଙ୍କ ପାଞ୍ଚଟି ତତ୍ତ୍ଵକୁ ନେଇ ଏହି ରାକ୍ଷୀ ପ୍ରସ୍ତୁତ ହେଉଛି । ଏହାକୁ ପ୍ରସ୍ତୁତ କରୁଛନ୍ତି ପୁରୀ ପେଣ୍ଠକଟା ଧୋବାଖାଲ ବସ୍ତିରେ ଥିବା ‘ଆମ ଚାଟଶାଳୀ’ର କୁନି କୁନି ଛାତ୍ରଛାତ୍ରୀ । ଏହି ରାକ୍ଷୀ ପ୍ରସ୍ତୁତ ପଛରେ ମହତ ଉଦ୍ଦେଶ୍ୟ ହେଉଛି ପରିବେଶ ସୁରକ୍ଷା । ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ ହୁଏ ଏହି ରାକ୍ଷୀ ।
କାହିଁକି ଏହାର ନାମ ପଞ୍ଚଗବ୍ୟ ରାକ୍ଷୀ ?ଗୋମାତାଙ୍କ ପାଞ୍ଚଟି ତତ୍ତ୍ଵକୁ ନେଇ ଏହି ରାକ୍ଷୀ ପ୍ରସ୍ତୁତ ହୋଇଥିବାରୁ ଏହାକୁ ପଞ୍ଚଗବ୍ୟ ରାକ୍ଷୀ ଭାବରେ ନାମିତ କରାଯାଇଛି । ଏହି ରାକ୍ଷୀ ଦେଖିବାକୁ ବେଶ୍ ଆକର୍ଷଣୀୟ । ବିଭିନ୍ନ ଫୁଲ, ପତ୍ର ଓ ଜଗନ୍ନାଥଙ୍କ ପ୍ରତିକୃତିକୁ ନେଇ ତିଆରି ହୋଇଥାଏ ପଞ୍ଚଗବ୍ୟ ରାକ୍ଷୀ । ପଞ୍ଚଗବ୍ୟ ରାକ୍ଷୀ ପ୍ରସ୍ତୁତି ପଛରେ ରହିଛି ଏକ ମହତ୍ ଉଦ୍ଦେଶ୍ୟ । ଯାହା ହେଉଛି ପରିବେଶ ସୁରକ୍ଷା । ପ୍ଲାଷ୍ଟିକ ଓ ଜରିରେ ପ୍ରସ୍ତୁତ ରାକ୍ଷୀକୁ ବ୍ୟବହାର ନ କରିବା । ରାକ୍ଷୀ ତିଆରି ଜରିଆରେ ସମାଜକୁ ପରିବେଶ ସୁରକ୍ଷା ବାର୍ତ୍ତା ଦେଉଛନ୍ତି ‘ଆମ ଚାଟଶାଳୀ’ ଛାତ୍ରଛାତ୍ରୀ ।ପଞ୍ଚଗବ୍ୟ ରାକ୍ଷୀଏକ ଚଲାରେ ଗୋବର ଗୁଣ୍ଡକୁ ଚଲାଇବା ଗୋବର ଗୁଣ୍ଡକୁ ଏକାଠି କରାଯାଏ
କିଭଳି ପ୍ରସ୍ତୁତ ହୁଏ ପଞ୍ଚଗବ୍ୟ ରାକ୍ଷୀ ?ପ୍ରଥମେ ଗାଈ ଗୋବରକୁ ସଂଗ୍ରହ କରାଯାଏଏହାକୁ ଖରାରେ ଶୁଖାଯାଏଖରାରେ ଗୋବର ଶୁଖିଯିବା ପରେ ଏହାକୁ ଗୁଣ୍ଡ କରାଯାଏଏକ ଚଲାରେ ଗୋବର ଗୁଣ୍ଡକୁ ଚଲାଇ ଏକାଠି କରାଯାଏଏହି ଗୋବର ଗୁଣ୍ଡରେ ଗୋ ମୂତ୍ର, କ୍ଷୀର, ଦହି, ଘିଅକୁ ପକାଯାଇ ଏହାକୁ ଚକଟା ଯାଏଏଥିରେ ବର, ଓସ୍ତ ଓ ତୁଳସୀ ସହ ବିଭିନ୍ନ ଫୁଲ ଓ ଔଷଧୀୟ ବୃକ୍ଷ ମଞ୍ଜି ମିଶାଯାଏପରେ ବିଭିନ୍ନ ଡିଜାଇନ ଛାଞ୍ଚରେ ଏହାକୁ ପକାଯାଏଏହାକୁ ଖରାରେ ଶୁଖାଯାଏଏହା ଶୁଖିବା ଅର୍ଗାନିକ ରଙ୍ଗରେ ବିଭିନ୍ନ ରଙ୍ଗ ବେରଙ୍ଗ କରାଯାଏଉଲ୍ ସୂତାକୁ ଲଗାଯାଇ ରାକ୍ଷୀ ପ୍ରସ୍ତୁତ କରାଯାଏଏହି ରାକ୍ଷୀକୁ ବ୍ୟବହାର କରି ଫିଙ୍ଗି ଦେଲେ ଏହା ପରିବେଶର କିଛି କ୍ଷତିକରେନାହିଁଗୋବରରେ ପ୍ରସ୍ତୁତ ହୋଇ ଥିବାରୁ ରାକ୍ଷୀଟି ସମ୍ପୂର୍ଣ୍ଣ ମାଟିରେମିଶିଯାଏରାକ୍ଷୀରେ ବିଭିନ୍ନ ଗଛର ମଞ୍ଜି ଥିବାରୁ ଏହା ମାଟିରେ ମିଶିବା ପରେ ଗଛ ମଧ୍ୟ ସୃଷ୍ଟି ହୋଇ ପରିବେଶ ସୁରକ୍ଷା ଦିଏ ।