ବେଳାଭୂମିରୁ ଏକ ମୃତଦେହ ଉଦ୍ଧାର କରିଛି ବଳିଆପଣ୍ଡା ଥାନା ପୋଲିସ

ପୁରୀ, (ବଳରାମ ତ୍ରିପାଠି ରିପୋର୍ଟ) : ପୁରୀ ଗତକାଲି ଗୁରୁବାର ରାତ୍ରରେ ବଳିଆପଣ୍ଡା ବେଳାଭୂମିରୁ ଏକ ମୃତଦେହ ଉଦ୍ଧାର କରିଛି ବଳିଆପଣ୍ଡା ଥାନା ପୋଲିସ l ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ କରାଯାଇଛି l ମୃତକ ହେଉଛନ୍ତି ପୁରୀ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ରାମଚଣ୍ଡୀ ବାଲିକୁଦା ବସ୍ତିର ଲୋକନାଥ ମୁଦୁଲି। ତେବେ ଗତକାଲି ଗୁରୁବାର ବଳିଆପଣ୍ଡା ସମୁଦ୍ର ବେଳାଭୂମିରେ ଏକ ମୃତଦେହ ଭାସୁଥିବାର ପୋଲିସ ପାଖରେ ଖବର ପହଞ୍ଚିଥିଲା। ବଳିଆପଣ୍ଡା ଥାନା ପୋଲିସ ସମୁଦ୍ର କୂଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ କରିଛି l ଘଟଣାକୁ ନେଇ ପୋଲିସ ତଦନ୍ତ କରୁଥିବାବେଳେ ମୃତକଙ୍କ ମାଆ କୁମ୍ଭାରପଡା ଥାନାରେ ହତ୍ୟା ଅଭିଯୋଗ ଆଣିଛନ୍ତି। ଶ୍ବଶୁର ଘର ଲୋକେ ତାଙ୍କ ପୁଅକୁ ହତ୍ୟା କରି ସମୁଦ୍ରରେ ଫିଙ୍ଗି ଦେଇଥିବା ମୃତକଙ୍କ ମାଆ ଅଭିଯୋଗ କରିଛନ୍ତି। ସେପଟେ ଘଟଣାର ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *