ଧୋନିଙ୍କ ସହିତ କ୍ରିକେଟ ଖେଳିବେ ଲିଓନେଲ ମେସି, ସଚିନ-ବିରାଟ ମଧ୍ୟ ଖେଳିବେ ମ୍ୟାଚ୍

ଖୁବଶୀଘ୍ର ଭାରତ ଆସିବେ ଷ୍ଟାର ଫୁଟବଲ ଖେଳାଳି ଲିଓନେଲ ମେସି । ଫୁଟବଲ ବଦଳରେ କ୍ରିକେଟ ଖେଳିବେ ଆର୍ଜେଣ୍ଟିନାର ଷ୍ଟାର ଖେଳାଳି । ଭାରତ ଆସି ଫୁଟବଲ ଖେଳିବା ବଦଳରେ ବ୍ୟାଟିଂ କରିବେ ମେସି ।ଖବର ମୁତାବକ, ଲିଓନେଲ ମେସି ଏବଂ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଟିମ ମଧ୍ୟରେ ଏକ କ୍ରିକେଟ ମ୍ୟାଚ ଖେଳାଯିବ । ଏହି ଐତିହାସିକ ମ୍ୟାଚରେ ସଚିନ ତେନ୍ଦୁଲକର, ବିରାଟ କୋହଲି ଏବଂ ରୋହିତ ଶର୍ମା ମଧ୍ୟ ନଜର ଆସିବେ ।ଆସନ୍ତା ୧୩ ରୁ ୧୫ ତାରିଖ ମଧ୍ୟରେ ମେସି ଭାରତ ଆସିବେ । ଏହି ସମୟରେ ମେସି ଏବଂ ଧୋନିଙ୍କ ଟିମ ମଧ୍ୟରେ ଏକ seven-a-side ମ୍ୟାଚ୍ ୧୪ ଡିସେମ୍ବରରେ ଖେଳାଯିବ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ମ୍ୟାଚ ଖେଳାଯିବା ନେଇ ସୂଚନା ରହିଛି । ଏହି ମ୍ୟାଚରେ ଧୋନିଙ୍କ ଛଡା ସଚିନ ତେନ୍ଦୁଲକର, ବିରାଟ କୋହଲି ଏବଂ ରୋହିତ ଶର୍ମା ଖେଳିବାର ନଜର ଆସିବେ । ଭାରତ ଆସିବା ପରେ ମେସି ମହାରାଷ୍ଟ୍ର ଛଡା ଦିଲ୍ଲୀ ଏବଂ କୋଲକତା ମଧ୍ୟ ଯାଇପାରନ୍ତି ।ମୁମ୍ବାଇ କ୍ରିକେଟ ଆସୋସିଏସନ ମୁତାବକ, ଲିଓନେଲ ମେସି ଡିସେମ୍ବର ୧୪ରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳିବେ । ଭାରତୀୟ ଟିମର ପୂର୍ବତନ ଖେଳାଳି ଏବଂ ଅନ୍ୟ ଖେଳାଳି ସହିତ ମିଶି କ୍ରିକେଟ ମ୍ୟାଚ୍ ଖେଳିବେ ।ଆର୍ଜେଣ୍ଟିନା ଷ୍ଟାର ଫୁଟବଲର ଲିଓନେଲ ମେସି ଦ୍ବିତୀୟ ଥର ପାଇଁ ଭାରତ ଆସୁଛନ୍ତି । ୨୦୧୧ରେ ପ୍ରଥମ ଥର ପାଇଁ ଭାରତ ଆସିଥିଲେ । ଏଥର କିନ୍ତୁ କ୍ରିକେଟରଙ୍କ ସହିତ କ୍ରିକେଟ ମ୍ୟାଚ ଖେଳିବାକୁ ଆସୁଛନ୍ତି ।

Leave a Reply

Your email address will not be published. Required fields are marked *