ଜଗନ୍ନାଥପ୍ରସାଦ: ଭଞ୍ଜନଗର ବିଧାୟକଙ୍କ ଦ୍ୱାରା ଅଙ୍ଗନୱାଡି ଓ ମିଶନ ଶକ୍ତି ଗୃହ ଉଦ୍‌ଘାଟିତ

ଜଗନ୍ନାଥପ୍ରସାଦ,୦୬/୦୮( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ବିଡିପୁର ପଞ୍ଚାୟତରେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଙ୍ଗନୱାଡି ଓ ମିଶନ ଶକ୍ତି ଗୃହ ଉଦଘାଟନ କରିଥିଲେ । ପ୍ରଥମେ ପଞ୍ଚାୟତର ଭୂଷଣ୍ଡପାଳ ର କୋଠଘର, ବିଡିପୁର ଅଙ୍ଗନୱାଡି କେନ୍ଦ୍ର (କ) ସମେତ ମିଶନ ଶକ୍ତି ଗୃହ , ସ୍ଥାନୀୟ ଚନ୍ଦ୍ରଶେଖର ଉଚ୍ଚ ବାଳିକା ବିଦ୍ୟାଳୟ ସ୍କୁଲ ପରିସରରେ ନିର୍ମିତ ଅଙ୍ଗନୱ|ଡି କେନ୍ଦ୍ର( ଖ) ର ଶୁଭ ଉଦଘାଟନ କରାଯାଇଥିଲା |ଶେଷରେ ସ୍କୁଲ ପରିସରରେ ଯୋଗ ଦେଇଥିବା ଅତିଥିଙ୍କ ସହ ମିଶି ବୃକ୍ଷରୋପଣ କାର୍ଯ୍ୟକ୍ରମ ସାରିବାପାରେ ଏକ ସଭା ଆୟୋଜନ ହୋଇଥିଲା | ପ୍ରଥମେ ପ୍ରଦୀପ ପ୍ରଜ୍ବଳନ,ସ୍ୱାଗତ ଗୀତ ଗାନ ପାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା | ଆୟୋଜିତ ସଭାରେ ବିଧାୟକ ଶ୍ରୀ ନାୟକ ସ୍କୁଲ ର ଆବଶ୍ୟକତା ଅନୁଯାଇ ସ୍କୁଲ ପାଚେରୀ, ଖେଳ ପଡିଆ, କମ୍ୟୁନିଟି ହଲ ଖୁବ ଶୀଘ୍ର ଯୋଗାଇ ଦିଆଯିଵା ନେଇ ପ୍ରତିଶୃତି ଦେଇଥିଲେ | ସଭାରେ ସାମ୍ମ|ନୀତ ଅତିଥି ଭାବେ ଗୋଷ୍ଠି ଉନ୍ନୟନ ଅଧିକାରୀ ମନ୍ନଥ କୁମାର ମଲ୍ଲିକ , ବିଈଓ କଲ୍ୟାଣୀ ପାଢ଼ୀ, ରେଞ୍ଜର ସୁଶ୍ରୀ ସୁଜାତା ପଣ୍ଡା, ସହକାରୀ ଯନ୍ତ୍ରୀ ଅଚୁତ୍ୟାନନ୍ଦ ପଟ୍ଟନାୟକ,ସ୍ଥାନୀୟ ସରପଞ୍ଚ ରଶ୍ମିତା ସାହୁ, ସମିତିସଭ୍ୟା ଗୀତାରାଣୀ ବାରିକ ,ପ୍ରଧାନଶିକ୍ଷକ ପ୍ରମୋଦ କୁମାର ଗୌଡ଼, କନ୍ଧମାଳ ସାଂସଦ ପ୍ରତିନିଧି ମହେନ୍ଦ୍ର କୁମାର ପଣ୍ଡା, ପୂର୍ବତନ ସାଂସଦ ପ୍ରତିନିଧି ବିପ୍ର ଚରଣ ବାରିକ, ସିଡିପିଓ ଭି.ମଣିମାଳା , ଘୁମୁସର ସାଙ୍ଗଠନିକ ଜିଲ୍ଲା ବିଜେପି ସଭାପତି ନୀଳମାଧଵ ପାତ୍ର , ବିଧାୟକ ମଣ୍ଡଳ ସଭାପତି ଫକୀର ମୋହନ ଜେନା, ପୂର୍ବତନ ସରପଞ୍ଚ ଧୋବା ଗୌଡ଼ ମଞ୍ଚାସିନ ଥିଲେ | ଶିକ୍ଷକ ସୁଶାନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ | ଗୋଷ୍ଠୀ ବିନିଯୋଗ ପାଣ୍ଠି ତରଫରୁ ରୁ ସ୍ୱୟଂ ସହାୟିକା ର ବିଭିନ୍ନ ପ୍ରକାର ଗ୍ରୁପ କୁ ସ୍ଥାୟୀ ଜୀବିକା ତଥା କୃଷି ବ୍ୟବସାୟ ନିବେଶ ପାଇଁ ମହିଳା ଙ୍କୁ ଋଣ ଆକାରେ 1ଲକ୍ଷ ଟଙ୍କା ର ଚେକ ବିଧାୟକ ଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା |ଶେଷରେ ସ୍କୁଲ ଛାତ୍ରୀ ଙ୍କ ଦ୍ୱାରା ଆୟୋଜିତ ସଂସ୍କୃତିକ କାର୍ଯ୍ୟକ୍ରମ ଓ ଅତିଥି ଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା | ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ଅଭିଭାବକ, ଅଙ୍ଗନୱାଡି କର୍ମୀ, ମିଶନଶକ୍ତି ମହିଳା ଓ ଦଳୀୟ କର୍ମକର୍ତ୍ତା ଯୋଗ ଦେଇଥିଲେ | ପରିଶେଷରେ ଫକୀର ମୋହନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *