

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି। ରାଜ୍ୟ ସରକାର ଓଡିଆ ଭାଷାକୁ ଗୁରୁତ୍ଵ ଦେଇ ଓଡ଼ିଶାର ସମସ୍ତ ବାଣିଜ୍ୟିକ ପ୍ରତିଷ୍ଠାନର ଫଳକରେ ଓଡ଼ିଆ ଲେଖାକୁ ବାଧ୍ୟତାମୂଳକ କରିଛନ୍ତି। ଏନେଇ ଗୃହ ନଗର ଉନ୍ନୟନ ବିଭାଗ ସଚିବ ଉଷା ପାଢ଼ୀଙ୍କ ପକ୍ଷରୁ ସମସ୍ତ ମହାନଗର ନିଗମ, ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଚିଠି କରାଯାଇଛି। ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନର ଫଳକରେ ଓଡ଼ିଆରେ ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି।ସେପ୍ଟେମ୍ବର ୩୦ ସୁଦ୍ଧା ନିର୍ଦ୍ଦେଶର ପରିଚାଳନା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନୁପାଳନ ନ କଲେ ବାଣିଜ୍ୟିକ ଅନୁଷ୍ଠାନମାନଙ୍କୁ ନୋଟିସ୍ କରାଯିବ। ନୋଟିସ୍ର ୫୫ ଦିନରେ ସଂଶୋଧନ କଲେ ଦିନକୁ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ।
ନିୟମ ପାଳନ କଲେ ମିଳିବ ରିହାତି:ରାଜ୍ୟ ସରକାରଙ୍କ ନିୟମ ପାଳନ କରୁଥିବା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ଟ୍ରେଡ ଲାଇସେନ୍ସ ନବୀକରଣ ସମୟରେ ଦେୟର ୫ ପ୍ରତିଶତ ରିହାତି ଦିଆଯିବ । ଏହି ସୁବିଧା SUJOG ପୋର୍ଟାଲ ଓ Bhubaneswar.me ପୋର୍ଟାଲରେ ଉପଲବ୍ଧ ହେବ । ଟ୍ରେଡ ଲାଇସେନ୍ସ ନବୀକରଣ ଓ ନିରୀକ୍ଷଣ ସମୟରେ ଅନୁପାଳନ ଆସନ୍ତା ସେପ୍ଟେମ୍ବର ୩୦ ସୁଦ୍ଧା ସୁନିଶ୍ଚିତ କରାଯିବ । ଅନୁପାଳନ କରୁନଥିବା ପ୍ରତିଷ୍ଠାନଗୁଡ଼ିକୁ ବିଜ୍ଞପ୍ତି ଜାରି କରାଯିବ ।ନାମଫଳକ ସଂଶୋଧନ ପାଇଁ ୫୫ ଦିନର ସମୟ ଦିଆଯିବ । ଓଡ଼ିଆରେ ନାମଫଳକ ନଲେଖିଲା ପର୍ଯ୍ୟନ୍ତ ଦିନକୁ ୫୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ ହେବ । ମହାନଗର ନିଗମ, ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦଗୁଡ଼ିକ ଏହି ନିର୍ଦ୍ଦେଶ ସଂପର୍କରେ ଦୋକାନୀ ଓ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ଶିକ୍ଷିତ କରିବା ସହ ସୁଗମ କାର୍ଯ୍ୟକାରିତା ପାଇଁ ସଚେତନତା ଅଭିଯାନ ପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶକୁ ଅନୁପାଳନ ସୁନିଶ୍ଚିତ କରି ୬୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
୧. ଓଡ଼ିଆ ଲିପିର ବାଧ୍ୟତାମୂଳ ତାମୂଳକ ବ୍ୟବହାର:ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନମାନେ ନିଶ୍ଚିତ ଭାବେ ସେମାନଙ୍କ ସାଇନ ବୋର୍ଡର ମୋଟ କ୍ଷେତ୍ରଫଳର ଅନୁନ୍ୟ ୬୦% ଭାଗରେ ଓଡ଼ିଆ ଭାଷା ଲିପିର ବ୍ୟବହାର କରିବେ । ଏହା ରାଜ୍ୟ ଭାଷାର ଦୃଶ୍ୟମାନତା ବୃଦ୍ଧି କରିବା ସହ ଜମ ଜନ ସାଧାରଣଙ୍କୁ ସୁବିଧାଜନକ ହୋଇପାରିବ ।
୨. ଅନୁପାଳନ ପାଇଁ ପ୍ରୋତ୍ସାହନ:ଏହି ନିର୍ଦ୍ଦେଶର ଅନୁପାଳନକୁ ପ୍ରୋତ୍ସାହିତ କରିବା ପାଇଁ, ନିୟମକୁ ପାଳନ କରୁଥିବା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନମାନଙ୍କୁ ଆଗାମୀ ଟ୍ରେଡ ଲାଇସେନ୍ସ ନବୀକରଣ ସମୟରେ ଦେୟର ୫% ରିହାତି ପ୍ରଦାନ କରାଯିବ । ଏହି ସୁବିଧା SUJOG ପୋର୍ଟାଲ/ Bhubaneswar.me ପୋର୍ଟାଲରେ ଉପଲବ୍ଧ ହେବ ।
୩. କାର୍ଯ୍ୟକାରୀତା ଓ ନିରୀକ୍ଷଣ:ମହାନଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦମାନେ ଟ୍ରେଡ ଲାଇସେନ୍ସ ନବୀକରଣ ଓ ନିରୀକ୍ଷଣ ସମୟରେ ଅନୁପାଳନ ଯାଞ୍ଚ ୩୦ ସେପ୍ଟେମ୍ବର ୨୦୨୫ ସୁଦ୍ଧା ଶେଷ କରି ଉପରୋକ୍ତ ନିର୍ଦ୍ଦେଶର ପରିପାଳନ ସୁନିଶ୍ଚିତ କରିବେ ।ଅନୁପାଳନ କରୁନଥିବା ପ୍ରତିଷ୍ଠାନମାନଙ୍କୁ ବିଜ୍ଞପ୍ତି ଜାରି କରାଯିବ ଏବଂ ସେ ବଂ ସେମାନଙ୍କୁ ସାଇନ ବୋର୍ଡ ହେଲେ ସଂଶୋଧନ ହେବା ପର୍ଯ୍ୟନ୍ତ ସଂଶୋଧନ ପାଇଁ ୫୫ ଦିନର ସମୟ ଦିଆଯିବ । ଏହା ପାଳନ ନହେ ପ୍ରତିଦିନ ୫୦୦/- ଟଙ୍କା (ପାଞ୍ଚଶହ ଟଙ୍କା ମାତ୍ର) ଜରିମାନା ଲାଗୁ ହେବ ।
୪. ସଚେତନତା ଓ ସହାୟତା:ମହାନଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦମାନେ ଏହି ନିର୍ଦ୍ଦେଶ ସମ୍ପର୍କରେ ଦୋକାନୀ ଓ ବାଣିଜ୍ୟିକ ପ୍ରତିଷ୍ଠାନମାନଙ୍କୁ ଶିକ୍ଷିତ କରିବା ସହ ସୁଗମ କାର୍ଯ୍ୟକାରୀତା ପାଇଁ ସଚେତନତା ଅଭିଯାନ ପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ନିର୍ଦ୍ଦେଶର କଡ଼ା ଅନୁପାଳନ ସୁନିଶ୍ଚିତ କରି ୬୦ ଦିନ ମଧ୍ୟରେ ଏହି କାର୍ଯାଳୟକୁ ଏକ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ଅନୁରୋଧ କରାଯାଇଛି ।