
ଭଞ୍ଜନଗର ୧୫/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗରସ୍ଥିତ ଜେଲ ଗ୍ରାଉଣ୍ଡ ଷ୍ଟାଡିୟମଠାରେ ଉପଖଣ୍ଡସ୍ତରୀୟ ୭୯ ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଜାତୀୟ ଦିବସରେ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ମୁଖ୍ୟ ଅତିଥିରୂପେ ଯୋଗଦାନ କରି ଶାନ୍ତି, ମୈତ୍ରୀ, ସଂବୃଦ୍ଧି ଓ ସ୍ୱାଭିମାନର ଜାତୀୟପତାକା ଉତ୍ତୋଳନ କରିଥିଲେ l ସ୍ୱାଧୀନତା ହାସଲ ପାଇଁ ଯେଉଁ ଦେଶପ୍ରେମୀ ନିଜ ପ୍ରାଣକୁ ବାଜି ଲଗାଇ ସ୍ୱାଧୀନତା ହାସଲ କରିଥିଲେ, ସେହି ଦେଶପ୍ରେମୀଙ୍କ ପାଇଁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଗଣତନ୍ତ୍ରର ମୂଲ୍ୟବୋଧର ବିକାଶ ଲାଗି ସମସ୍ତ ନାଗରିକମାନଙ୍କ କର୍ତ୍ତବ୍ୟ ରହିଥିବା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ l

ପ୍ରାଚୀନ ସଭ୍ୟତା ଓ ସଂସ୍କୃତିର ଗରୀମାରେ ଗରୀୟାନ ତଥା ଓଡ଼ିଶାର ଏକ ପ୍ରମୁଖ ଭୂଖଣ୍ଡ ଭାବେ ଭଞ୍ଜନଗର ଯାହାକି ଘୁମୁସର ମାଟି ଓଡ଼ିଶା ମାନଚିତ୍ରରେ ସ୍ଵତନ୍ତ୍ର ପରିଚୟ ଲାଭ କରିଛି। ଉପଖଣ୍ଡ ପ୍ରଶାସନ ତଥା ରାଜସ୍ବ ପ୍ରଶାସନ ସବୁବେଳେ ଆପଣମାନଙ୍କ ସହିତ ରହିଛି। ଆମର ଭଞ୍ଜନଗର ଉପଖଣ୍ଡରେ କୃଷି,ଶିକ୍ଷା,ସ୍ଵାସ୍ଥ୍ୟ ଓ କୃଷକର ବିକାଶ, ଭିତ୍ତି ଭୂମି ବିକାଶ ଉପରେ ସର୍ବଦା ଗୁରୁତ୍ୱ ଦିଆଯାଉଛି ବୋଲି ତାଙ୍କ ଭାଷଣ ରେ କହିଥିଲେ। ଏହାପରେ ଉପଖଣ୍ଡ ସ୍ତରରେ ବିଭିନ୍ନ ପତିଯୋଗିତରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।,

ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମ୍ମାନିତ ଅତିଥିଭାବେ ଏହି ଉତ୍ସବରେ ଅତରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ, ଏସ.ଡ଼ି.ପି.ଓ. ଡ଼ଃ ଦୀପକ କୁମାର ମିଶ୍ର, ଭଞ୍ଜନଗର ବି ଡି ଓ ଭାରତୀ ଦେବୀ, ଡେପୁଟି କଲେକ୍ଟର ସୁମନ ଘୋଷ, ସହାୟକ ଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର, ଭଞ୍ଜନଗର ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାର, ଭଞ୍ଜନଗର ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ପୂର୍ବତନ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ l ପ୍ରାତଃ ୫ଘଣ୍ଟା ସମୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସହରରେ ରାମଧୁନ ବଜା ଯାଇଥିଲା ।

ସ୍ଥାନୀୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ଓ ବିସ୍କୁଟ ପ୍ରଦାନ ସହ ଚିଦାନନ୍ଦ କୃଷ୍ଠାଶ୍ରମର ଅନ୍ତେବାସୀମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା ଏଂବ ତନରଡ଼ା ସ୍ଥିତ ଜରାଶ୍ରାମ ରେ ମଧ୍ୟ ଅନ୍ତେବାସିନୀ ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା । ପରିଶେଷରେ ଏହି ଉତ୍ସବକୁ ଅବସର ପ୍ରାପ୍ତ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ସଂଯୋଜନା କରିଥିବାବେଳେ ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ କୁମାର ପାତ୍ର ପରିଚାଳନା କରିଥିଲେ l ଉକ୍ତ ଉତ୍ସବରେ ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ କୁମାର ପାତ୍ର ଙ୍କୁ ବିଭାଗୀୟ ବରିଷ୍ଠ କର୍ମଚାରୀ ତାରିଣୀ ସାହୁ ଓ ପଦ୍ମ ଚରଣ ନାୟକ ସହଯୋଗ କରିଥିଲେ l ଶେଷରେ ଅବସର ପ୍ରାପ୍ତ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l