୪୪ କାର୍ଟୁନ୍ ଆସ୍କା 40 ମଦ ଜବତ, ତିନି ଅଭିଯୁକ୍ତ ଗିରଫ

କଟକ : ଅଟୋରିକ୍ସାରେ ଆସ୍କା 40 । ରାତ୍ରିକାଳୀନ ପେଟ୍ରୋଲିଂ ସମୟରେ ବିପୁଳ ପରିମାଣରେ ମଦ ଜବତ୍ କଲା କଟକ ମଧୁପାଟଣା ଥାନା ପୋଲିସ । ଭୋର ସମୟରେ ଏହି ମଦ ନୂଆ ବଜାରରୁ ଘାଟକୁଳ ଯାଉଥିବା ବେଳେ ଧରିଲା କମିଶନରେଟ ପୋଲିସ । ୪୪ କାର୍ଟୁନ୍ ମଦ ଜବତ କରିଛି ପୋଲିସ । ମୋଟ ୨୨୦ ଲିଟର ମଦ ସହ ଅଟୋ ରିକ୍ସାକୁ ମଧ୍ୟ ଜବତ୍ କରିଛି ପୋଲିସ । ଏଥିରେ ସମ୍ପୃକ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନେ ହେଲେ ସି ଆର୍ ଆର୍ ଆଇ ଥାନା ଅନ୍ତର୍ଗତ ଗାନ୍ଧୀପଲ୍ଲୀ ଅଞ୍ଚଳର ସଂଜିତ୍ ସାହୁ, ବିଶ୍ୱଜିତ୍ ସାହୁ ଓ ସଞ୍ଜୟ ମହାରଣା । ନୂଆ ବଜାର ଓ ବୟାଲିସମୌଜା ଅଞ୍ଚଳକୁ ଚାଲାଣ ହେଉ ଥିଲା ଏହି ମଦ।