୫୫ ବର୍ଷ ବୟସରେ ୧୭ତମ ଶିଶୁ ଜନ୍ମ ଦେଲେ ମହିଳା, ଦରିଦ୍ରତାରେ କଟୁଛି ଜୀବନ

ରାଜସ୍ଥାନ: ଉଦୟପୁରର ଝାଡୋଲ ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ନଜରକୁ ଆସିଛି । ୨୫ ଅଗଷ୍ଟ ମଙ୍ଗଳବାର ଦିନ ୫୫ ବର୍ଷୀୟା ରେଖା ଗାଲବେଲିଆ ତାଙ୍କର ୧୭ତମ ସନ୍ତାନକୁ ଜନ୍ମ ଦେଇଛନ୍ତି । ରେଖା ଏପର୍ଯ୍ୟନ୍ତ ୧୬ ଜଣ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ୪ ପୁଅ ଏବଂ ୧ ଝିଅ ଜନ୍ମ ହେବାର କିଛି ସମୟ ପରେ ମୃତ୍ୟୁବରଣ କରିଛନ୍ତି । ଏବେ ପରିବାରରେ ଅନେକ ସନ୍ତାନ ଜୀବିତ ଅଛନ୍ତି କିନ୍ତୁ ଯେଉଁଥିରୁ ୫ ଜଣ ବିବାହିତ ଏବଂ ସେମାନଙ୍କର ନିଜସ୍ୱ ସନ୍ତାନ ଅଛନ୍ତି ।ରେଖାଙ୍କ ଝିଅ ଶୀଲା କାନବାଲିଆ କୁହନ୍ତି ଯେ ଏତେ ବଡ଼ ପରିବାର ହେତୁ ସେମାନେ ସବୁବେଳେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଶୀଲା କହିଥିଲେ, ଯେତେବେଳେ ଲୋକମାନେ ଜାଣିପାରନ୍ତି ଯେ ଆମ ମାଆଙ୍କର ଏତେ ପିଲା ଅଛନ୍ତି, ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଆମକୁ ପ୍ରତ୍ୟେକ ମୁହୂର୍ତ୍ତରେ ସଂଘର୍ଷ କରିବାକୁ ପଡ଼ିଥାଏ ।ରେଖାଙ୍କ ସ୍ୱାମୀ କନୱାରା କାନବେଲିଆ ଅଳିଆ ସଂଗ୍ରହ କରି ପରିବାର ପାଇଁ ରୋଜଗାର କରନ୍ତି। ସେ କହିଛନ୍ତି ଯେ ଘର ଚଳାଇବା ପାଇଁ ତାଙ୍କୁ ମହାଜନଙ୍କଠାରୁ କୋଡିଏ ପ୍ରତିଶତ ସୁଧରେ ଋଣ ନେବାକୁ ପଡୁଥିଲା । କନୱାରା କହିଛନ୍ତି, “ମୁଁ ଲକ୍ଷ ଲକ୍ଷ ଟଙ୍କା ପରିଶୋଧ କରିଛି, କିନ୍ତୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁଧ ଦେଇପାରିନାହିଁ ।ପିଲାମାନଙ୍କୁ ଖାଇବାକୁ ଦେବା କଷ୍ଟକର ହୋଇପଡୁଛି । ପରିବାରର ନିଜସ୍ୱ ଘର ମଧ୍ୟ ନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ସେମାନଙ୍କୁ ଏକ ଘର ମଞ୍ଜୁର କରାଯାଇଥିଲା, କିନ୍ତୁ ଜମି ସେମାନଙ୍କ ନାମରେ ନଥିବାରୁ ସେମାନେ ଏପର୍ଯ୍ୟନ୍ତ ବାସହୀନ ଅବସ୍ଛାରେ ଜୀବନ କଟାଉଛନ୍ତି ।ଆର୍ଥିକ ଅସୁବିଧା ଯୋଗୁଁ ପରିବାର ସେମାନଙ୍କ ପିଲାମାନଙ୍କୁ ଶିକ୍ଷା ଦେଇପାରିଲେ ନାହିଁ। କନୱାରା କହିଥିଲେ, “ଆମ ପାଖରେ ପର୍ଯ୍ୟାପ୍ତ ଖାଇବାକୁ ନାହିଁ କିମ୍ବା ଆମ ପିଲାମାନଙ୍କ ଶିକ୍ଷା ପାଇଁ ପର୍ଯ୍ୟାପ୍ତ ଟଙ୍କା ନାହିଁ । ବିବାହ ମଧ୍ୟ ବହୁତ ସମସ୍ୟା ସୃଷ୍ଟି କରିଥାଏ । ପ୍ରତିଦିନର ସମସ୍ୟା ଆମକୁ ଭାଙ୍ଗିଦିଏ ।ଏକ ହେଲ୍ଥ ସେଣ୍ଟରର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ରୋଶନ ଦାରଙ୍ଗୀ କହିଛନ୍ତି ଯେ ଯେତେବେଳେ ରେଖାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରିବାର ତାଙ୍କ ଚିକିତ୍ସା ଇତିହାସକୁ ଭୁଲ ଭାବରେ ଉପସ୍ଥାପନ କରିଥିଲେ ।