
ଭୁବନେଶ୍ୱର: ଧରା ପଡିଲେ ପୁଣି ଜଣେ ଲାଞ୍ଚୁଆ ଅଫିସର । ରେଡ ହାଣ୍ଡରେ ଲେଡି OFS ଅଫିସରଙ୍କୁ ଧରିଲା ଭିଜିଲାନ୍ସ । ଶେଷରେ ଜେଲର ଚାରିକାନ୍ଥ ଭିତରେ କଟିଲା ଗଣେଶ ପୁଜା। ଲାଞ୍ଚ ନେଇ ଫସିବା ପରେ ଏବେ ଭିଜିଲାନ୍ସ ତାଙ୍କ ଘରୁ ପାଇଛି ପୁଳା ପୁଳା ଟଙ୍କା । ଏହି ଲାଞ୍ଚୁଆ OFS ଅଫିସର ହେଲେ ଆସିଷ୍ଟାଣ୍ଟ ଟ୍ୟାକ୍ସ କମିଶନର ସରିତା ବାରିକ ।ମିଳିଲା ଲକ୍ଷ ଲକ୍ଷ ଟଙ୍କାର କ୍ୟାସ, ବ୍ୟାଙ୍କ ଡିପୋଜିଟ୍,ସୁନାଲେଡି OFS ଅଫିସରଙ୍କ ପାଖରୁ ଜବତ ହୋଇଥିବା

ଗଣେଶ ପୂଜା ପୂର୍ବରୁ ସମସ୍ତେ ବ୍ୟସ୍ତ ଥିଲେ ପ୍ରସ୍ତୁତିରେ । ହେଲେ ଆସିଷ୍ଟାଣ୍ଟ ଟ୍ୟାକ୍ସ କମିଶନର ସରିତା ବାରିକ ବ୍ୟସ୍ତ ଥିଲେ ଲାଞ୍ଚ ନେବାରେ । ଭିଜିଲାନ୍ସ ଏସପି ସରୋଜ ସାମଲଙ୍କ କହିବା ଅନୁଯାୟୀ, ଗତ ୨୬ ତାରିରିଖରେ ଏକ ଫୁଡ କମ୍ପାନିର କର୍ମକର୍ତ୍ତାଙ୍କଠୁ ସରିତା ସାହୁ ୨୫ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଟ୍ରାପ କରିଥିଲା । ଲାଞ୍ଚ ଟଙ୍କା ସହ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ତଦନ୍ତ ପରେ ତାଙ୍କର ଆୟ ବହିର୍ଭୂତ ସମ୍ପତି ଅଛି କି ନାହିଁ ଖୋଳତାଡ଼ କରିବା ପରେ ଗତକାଲି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ରେଡ ବେଳେ ତାଙ୍କ ଘରୁ ନଗଦ ଦେଢ଼ ଲକ୍ଷରୁ ଅଧିକ ଟଙ୍କା, ୨୨୨ଗ୍ରାମର ସୁନା ଅଳଙ୍କାର ଓ ୬୦ଲକ୍ଷ ବ୍ୟାଙ୍କ ଡିପୋଜିଟ୍ ସହ ଅନେକ କିଛି କାଗଜପତ୍ର ମଧ୍ୟ ଠାବ କରିଛି ଭିଜିଲାନ୍ସ ।କାହିଁକି ନେଉଥିଲେ ଲାଞ୍ଚଭିଜିଲାନ୍ସ ଅଧିକାରୀଙ୍କ କହିବା ଅନୁସାରେ, ଇନପୁଟ ଟ୍ୟାକ୍ସ କ୍ରେଡିଟି ଟଙ୍କା ବାବଦରେ ଫାଇନ ନ ଦେବା ପାଇଁ ଏକ ବେକରି ତଥା ଫୁଡ ପ୍ରସ୍ତୁତକାରୀ କମ୍ପାନୀ ସହ ଯୋଗାଯୋଗରେ ଥିଲେ ଆସିଷ୍ଟାଣ୍ଟ ଟ୍ୟାକ୍ସ କମିଶନର ସରିତା ବାରିକ । ଏହି କମ୍ପାନି ଉପରେ ୨୦୨୧ ଆର୍ଥିକ ବର୍ଷରେ ୨ଲକ୍ଷ ୨୭ହଜାର ୧୪୭ଟଙ୍କା ଫାଇନ ଥିଲା । ଏହି କାମ ସେ କରାଇ ଦେବେ ବୋଲି କହି ଲାଞ୍ଚ ମାଗିଥିଲେ ।ଘର, ଅଫିସ ସମେତ ତିନୋଟି ସ୍ଥାନରେ ଚଢଉଏହି ଖବର ଭିଜିଲାନ୍ସ ପାଖରେ ପହଞ୍ଚିଥିଲା। ଭିଜିଲାନ୍ସ ସମ୍ପୃକ୍ତ ଅଧିକାରିଣୀଙ୍କ ଉପରେ ନଜର ରଖିଥିଲା। ଏନେଇ ପୁର୍ବ ଯୋଜନା ମୁତାବକ ଗଣେଷ ପୁଜା ପୂର୍ବ ଦିନ ଯେତେବେଳେ ଲାଞ୍ଚ ଟଙ୍କା କାରବାର ଚାଲିଥିଲା ଭିଜିଲାନ୍ସ ତାଙ୍କୁ ରେଡ ହାଣ୍ଡରେ ଧରିଥିଲା । ମଧୁସୁଦନ ନଗର ଆକାଶ ଇନଷ୍ଟିଚୁ ସାମ୍ନାରେ ଏକ କାର ଭିତରେ ଟଙ୍କା ନେବା ବେଳେ ଧରିଥିଲା ଭିଜିଲାନ୍ସ। ଏଥି ସହିତ ତାଙ୍କ ପାଖରୁ ରଙ୍ଗ ବୋଳା ୨୫ହଜାର ଟଙ୍କା ଜବତ କରିଥିଲା । ପରେ ଅନ୍ୟ ପାରିପାର୍ଶିକ ପ୍ରମାଣ ଜିନିଷ ଦେଖି ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । ଗିରଫ ପରେ ତାଙ୍କର ଘର, ଅଫିସ ସମେତ ତିନୋଟି ସ୍ଥାନରେ ଚଢଉ କରାଯାଇଛି।ଏଠି କହିରଖିବୁ, ମେ 28 ତାରିଖରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଗଣ୍ଡାନାଳୀ ରାଜସ୍ୱ ନିରୀକ୍ଷକ ଶଶୀଭୂଷଣ ବେହେରା ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଭିଜିଲାନ୍ସ ହାତରେ ଧରା ପଡିଥିଲେ । ସେହିପରି କଳାହାଣ୍ଡି ଜିଲ୍ଳା ଧର୍ମଗଡର ଉପ ଜିଲ୍ଲାପାଳ ଥିିବାବେଳେ IAS ଧିମାନ ଚକମା ଗତ ଜୁନ ୮ ତାରିଖ ଜଣେ କ୍ରସର ବ୍ୟବସାୟୀଙ୍କ ଠାରୁ 10 ଲକ୍ଷ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ହାତରେ ଧରା ପଡିଥିଲେ । ତାଙ୍କ ପାଖରୁ ନଗଦ 10 ଲକ୍ଷ ଟଙ୍କାର 26ଟି 100ଟଙ୍କିଆ ବଣ୍ଡଲ ଜବତ କରିଥିଲେ । 40ରୁ ଅଧିକ ଦିନ ଜେଲରେ ରହିବା ପରେ ଗତ ଅଗଷ୍ଟ 1 ତାରିଖରେ ଉଚ୍ଚତମ ନ୍ୟାୟାଳୟ ସର୍ତ୍ତମୂଳକ ଜାମିନ ପାଇ ଜେଲରୁ ବାହାରିଲେ IAS ଧିମାନ ଚକମା ।