
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା ଲାଗିଛି । ଆମେରିକା ସଂଘୀୟ ଅପିଲ ଅଦାଲତ ଟ୍ରମ୍ପଙ୍କ ଦ୍ବାରା ଲାଗୁ ହୋଇଥିବା ଅତିରିକ୍ତ ଟାରିଫକୁ ଅବୈଧ କରିଛନ୍ତି । ଆମେରିକା ଦ୍ବାରା ଲାଗୁ କରାଯାଇଥିବା ଅତିରିକ୍ତ ଶୁଳ୍କକୁ ବେଆଇନ ବୋଲି ଶୁକ୍ରବାର ଦିନ ଆମେରିକା ଫେଡେରାଲ ଆପିଲ କୋର୍ଟ ଟ୍ରମ୍ପଙ୍କୁ ରାୟ ଦେଇଛନ୍ତି । ଆମେରିକାର କୋର୍ଟଙ୍କ ଏହି ନିଷ୍ପତ୍ତିକୁ ଟ୍ରମ୍ପଙ୍କ ବାଣିଜ୍ୟ ନୀତି ଉପରେ ସିଧାସଳଖ ଆକ୍ରମଣ ବୋଲି ବିବେଚନା କରାଯାଉଛି । ବର୍ତ୍ତମାନ ଏହି ମାମଲା ସୁପ୍ରିମକୋର୍ଟକୁ ଯାଇପାରେ ।ସୂଚନାନୁଯାୟୀ, ରାଷ୍ଟ୍ରପତିଙ୍କୁ ସମସ୍ତ ଜରୁରୀ ପରିସ୍ଥିତି ପାଇଁ ପଦକ୍ଷେପ ନେବାର କ୍ଷମତା ଦେଇଛି ଆଇନ । କିନ୍ତୁ ଟାରିଫ ଲଗାଇବାର କ୍ଷମତା ଦିଆଯାଇନାହିଁ । ଏହା ସହିତ ଟ୍ରମ୍ପ ଇଣ୍ଟରନ୍ୟାସନାଲ ଏମରଜେନ୍ସି ପାୱାର୍ସ ଆକ୍ଟର କ୍ଷମତାର ଅପବ୍ୟବହାର କରୁଛନ୍ତି ବୋଲି ମଧ୍ୟ କୋର୍ଟ କହିଛନ୍ତି । ୱାଶିଂଟନ ଡିସିର ଫେଡେରାଲ ସର୍କିଟ କୋର୍ଟ ଅଫ ଅପିଲ୍ସର ନିଷ୍ପତ୍ତି ୨ଟି ପର୍ଯ୍ୟାୟରେ ଟାରିଫ ଲାଗୁ କରାଯାଇପାରିବ । ଗୋଟିଏ ଏପ୍ରିଲରେ ଲାଗୁ କରାଯାଇଥିବାବେଳେ ଦ୍ବିତୀୟଟି ଫେବୃଆରୀରେ ଚୀନ୍, କାନାଡା ଏବଂ ମେକ୍ସିକୋ ଉପରେ ଲାଗୁ ହୋଇଥିବା ଶୁଳ୍କ ।ଏହା ସହିତ କୋର୍ଟ ଟ୍ରମ୍ପ ପ୍ରଶାସନକୁ ଆମେରିକାର ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିବାର ସୁଯୋଗ ଦେବା ପାଇଁ ଅକ୍ଟୋବର ୧୪ ପର୍ଯ୍ୟନ୍ତ ଶୁଳ୍କ ସ୍ଥଗିତ ରଖିବାକୁ ଅନୁମତି ଦେଇଛନ୍ତି । ଏହି ନିଷ୍ପତ୍ତି ପରେ ଫେଡେରାଲ ରିଜର୍ଭର ସ୍ୱାଧୀନତାକୁ ନେଇ ସୁପ୍ରିମକୋର୍ଟରେ ଆଇନଗତ ଲଢ଼େଇ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଟ୍ରମ୍ପଙ୍କ ଟାରିଫ ଆର୍ଥିକ ସ୍ଥିତି ଉପରେ ଆଇନଗତ ମୁକାବିଲା ସୃଷ୍ଟି କରିଛି ।ଅନ୍ୟପଟେ କୋର୍ଟର ଏହି ନିଷ୍ପତ୍ତି ଉପରେ ଟ୍ରମ୍ପ ଦୁଃଖ ପ୍ରକାଶ କରିଛନ୍ତି । କୋର୍ଟର ଏହା ପକ୍ଷପାତିତା ବୋଲି ମଧ୍ୟ ସେ କହିଛନ୍ତି । ଏଥି ସହ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ଯଦି ଶୁଳ୍କ ହଟାଯାଏ ତେବେ ଦେଶ ପାଇଁ ବିନାଶକାରୀ ହେବ । ପୂର୍ବାନୁମାନ କରି ଆହୁରି ମଧ୍ୟ ସେ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ଦ୍ବାରା ଶୁଳ୍କ ଦେଶ ପାଇଁ ଲାଭଦାୟକ ହେବ ବୋଲି ଆଶା କରୁଛନ୍ତି ।