
ଭଞ୍ଜନଗର ୦୧/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ପୋଲିସ କବ୍ଜା ରେ ଗଞ୍ଜେଇ ମାଫିଆ। କ୍ରମାନୁଗତ ଭାବେ ଭଞ୍ଜନଗରର ବିଭିନ୍ନ ଜାଗାରେ ଚୋରା ଗଞ୍ଜେଇ ବେପାରୀ ମାନଙ୍କୁ ଗିରଫ କରିବାରେ ଭଞ୍ଜନଗର ପୋଲିସ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିଛି। ଗତ ୩୦ ତାରିଖ ଦିନ ପ୍ରାୟ ୧୨ ଟା ସମୟରେ ଏସ ଆଇ ଜୋଶ୍ନା ରାଣୀ ସାହୁ ଭଞ୍ଜନଗର ଥାନା ଠାରୁ ପ୍ରାୟ ୧୫ କିଲୋମିଟର ଦୂର ଡ଼ୁମାକୁମ୍ପା ପଞ୍ଚାୟତ ଅନ୍ତର୍ଗତ ଡହ ରାସ୍ତା ରେ ପେଟ୍ରୋଲିଂ କରୁଥିବା ସମୟରେ ଦୁଇଜଣ ଯୁବକ ବିନା ହାଇ ସିକୁରିଟି ନମ୍ବର ପ୍ଲେଟ ନଥିବା ଏକ ହିରୋ ହୋଣ୍ଡା ବାଇକ ରେ ଯାଉଥିବର ଦେଖିଥିଲେ। ପୋଲିସ ସନ୍ଦେହ କରି ଦୁଇଜଣଙ୍କୁ ପିଛା କରିବାରେ ଲାଗିଲା କିନ୍ତୁ ପୋଲିସ ଗାଡି ଦେଖି ସେମାନେ ଦ୍ରୁତ ଗତିରେ ଗାଡି ଚଳାଇଲେ। ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଡହ ଜଳଭଣ୍ଡାର ଠାରେ କାବୁ କରିବାରେ ସକ୍ଷମ ହେଲା ପୋଲିସ। ସେମାନଙ୍କୁ ପାଖରେ ଏକ ଗଞ୍ଜେଇ ବସ୍ତା ଦେଖିବାକୁ ମିଳିଥିଲା। ପରେ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯଇଥିଲା ସେଥିରେ ୨୬.୪୦୦ କିଲୋ ଗଞ୍ଜେଇ ଥିବା ଜଣାପଡ଼ିଥିଲା ପରେ ସେମାନଙ୍କୁ ଓ ବାଇକ କୁ ଥାନାକୁ ଅଣାଯାଇଥିଲା। ଥାନାଧିକାରୀ ଜୀବନାନନ୍ଦ ଜେନା ଏହାର ତଦନ୍ତ ଅଧିକାରୀ ଭାବେ ୧୦୦୫/୨୫ ରେ ଏକ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି । ଅପରାଧୀ ମାନେ ହେଲେ ଆସ୍କା ଥାନା ଅନ୍ତର୍ଗତ ସୁନାମ୍ବ ସାହିର ଅଶୋକ ଶିବରାମ ସାହୁ, (ପିତା ପୂର୍ଣଚନ୍ଦ୍ର ସାହୁ) ବର୍ତମାନ ସେ ରାଇକିଆ ଥାନା ଅନ୍ତର୍ଗତ ବଡ଼ପାଟ ସାହିରେ ରହୁଥିବା ଜଣାପଡିଛି। ଅନ୍ୟ ଜଣକହେଲେ ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଭୁଶୁଣ୍ଡ ପାଳ ଗ୍ରାମର ସନ୍ତୋଷ ସାହୁ (ପିତା – ବିପ୍ର ଚରଣ ସାହୁ)। ବର୍ତମାନ ସେ ରାଇକିଆ ଥାନା ଅନ୍ତର୍ଗତ ଖ୍ରୀଷ୍ଟିଆନ ସାହିରେ ରହୁଥିବା ଜଣାପଡିଛି। ଜଣେ ବି ଗଞ୍ଜାଇ ବେପାରୀ ପୋଲିସ କବ୍ଜା ରୁ ବର୍ତ୍ତୀ ପରିବେନାହିଁ ବୋଲି ଥାନାଧିକାରୀ ଜୀବନାନନ୍ଦ ଜେନା କହିଛନ୍ତ।