
ସୋରଡ଼ା ୦୪/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବଡଗଡ ଥାନା ମାଣିକପୁର ଗ୍ରାମ ଠାରେ 24 କିଲୋ ଗଞ୍ଜେଇ ସହ ଏକ କାର ଜବତ , ଜଣେ ଗିରଫ । ଗିରଫ ଜଣକ ହେଲେ ଶେରଗଡ଼ ଗ୍ରାମର କାହୁଁ ଚରଣ ସାହୁ । ସୂଚନା ମୁତାବକ ସୋରଡ଼ା ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଏକ ଟିମ ଗଠନ କରି ବଡଗଡ ଥାନା ଅନ୍ତର୍ଗତ ମାଣିକପୁର ଠାରେ ପେଟ୍ରଲିଂ କରୁଥିଲେ । ସେହି ରାସ୍ତା ଦେଇ ଯାଉଥିବା ଏକ ଡିଯାୟାର ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ ଏବଂ ଉକ୍ତ କର ସହ ୨୪ କିଲୋ ଗଞ୍ଜେଇ ଜବତ କରିବା ସହ ଡ୍ରାଇଭର କୁ ଗିରଫ କରିଥିବା ସୂଚନା ଦେଇଛନ୍ତି ଅବକାରୀ ବିଭାଗ ଅଧିକାରୀ ଦେବସ୍ମିତା ନାୟକ ।