ଉପଜିଲ୍ଲାପାଳଙ୍କ ଅଫିସ୍ ଘେରିଲେ ଗ୍ରାମବାସୀ, ଚୁଡ଼ି ଓ ସିନ୍ଦୂର ଆଣି କଲେ ଅଭିନବ ପ୍ରତିବାଦ

ବଣାଇ : ୧୦ କିଲୋମିଟର ପାଦରେ ଚାଲି ଉପଜିଲ୍ଲାପାଳ ଅଫିସ୍ ଘେରିଲେ ୬ଶହରୁ ଅଧିକ ଗ୍ରାମବାସୀ । ପ୍ରଶାସନିକ ଅଧିକାରୀଙ୍କ ପାଇଁ ନାଲି ଚୁଡ଼ି ଓ ସିନ୍ଦୂର ଆଣି କଲେ ଅଭିନବ ପ୍ରତିବାଦ । ସୁନ୍ଦରଗଡ ଜିଲ୍ଲା ଗୋବିନ୍ଦପୁର ପଞ୍ଚାୟତରେ ମୁଖ୍ୟମନ୍ତ୍ରୀ ବସ ସେବା ନେଇ ଚାଲିଥିବା ଉତ୍ତେଜନା ପ୍ରଶମିତ ହେବା ବଦଳରେ ଏବେ ଭିନ୍ନ ମୋଡ ନେଇଛି lଗାଁକୁ ସରକାରୀ ବସ୍ ଆସୁନଥିବାରୁ ପଞ୍ଚାୟତକୁ ଆସୁଥିବା OSRTC ର ବସକୁ ଗୋବିନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବନ୍ଧକ ରଖିଛନ୍ତି ଗ୍ରାମବାସୀ । ବହୁ ମହିଳା ହାତରେ ନାଲି ଚୁଡ଼ି ଓ ସିନ୍ଦୂର ଆଣି ନିଆରା ପ୍ରତିବାଦ କରିଛନ୍ତି । ଅଫିସ ଆଗରେ ଉପଜିଲ୍ଲାପାଳ ପହଞ୍ଚିବା ପରେ ଘେରିଯାଇ ପ୍ରତିବାଦ କରିଥିଲେ ଆନ୍ଦୋଳନକାରୀ । ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।