ଭଞ୍ଜନଗର ରେ ବ୍ୟାଙ୍କ୍ ଅଫ ଇଣ୍ଡିଆର ୧୨୦ତମ ପ୍ରତିଷ୍ଠା ଦିବସ ପାଳନ

ଭଞ୍ଜନଗର ୦୭/୦୮ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି): ଭଞ୍ଜନଗର ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଶନିବାର ୧୨୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ସାରା ଦେଶରେ ଏହି ବ୍ୟାଙ୍କ ଅଫ ଇଣ୍ଡିଆର ପ୍ରତିଷ୍ଠା ଦିବସ ପାଳନ ହୋଉଥିବା ବେଳେ ଏହି ଅବସରରେ ଭଞ୍ଜନଗର ବ୍ୟାଙ୍କ ଶାଖା ପରିଚାଳକ ଏସ୍. ମୋହିତ ରଞ୍ଜନ ପାତ୍ର ଭଞ୍ଜନଗର ଶାଖାରେ ଏକ କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ । ଶାଖା ପରିଚାଳକ ଶ୍ରୀ ପାତ୍ର ସମସ୍ତ କର୍ମଚାରୀଙ୍କୁ କିପରି ଗ୍ରାହକଙ୍କୁ ସଠିକ ବ୍ୟାଙ୍କିଙ୍ଗ ସେବା ପ୍ରଦାନ କରିବେ ତାହା ଉପରେ କର୍ମଚାରୀଙ୍କ ସହ ଆଲୋଚନା କରିବା ସହ ବ୍ୟାଙ୍କର ରହିଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ ବିଭିନ୍ନ ଗ୍ରାହକଙ୍କୁ ଜଣାଇଥିଲେ । ବିବିଧ ବ୍ୟାଙ୍କିଙ୍ଗ୍ ଉତ୍ପାଦ ଓ ସେବା ଭଞ୍ଜନଗରବାସୀଙ୍କୁ ଚିନ୍ତାମୁକ୍ତ ବ୍ୟାଙ୍କିଙ୍ଗ ସେବା ପ୍ରଦାନ କରିବା ପାଇଁ ସମସ୍ତ କର୍ମଚାରୀଙ୍କୁ ଆହ୍ୱାନ ଦେଇଥିଲେ । ଏହି ପ୍ରତିଷ୍ଠା ଦିବସ ଅବସରରେ ଗ୍ରାହକଙ୍କୁ ୧ କୋଟି ୨୦ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକାର ଋଣ ପ୍ରଦାନ ତଥା ମଜୁରୀ ପତ୍ର ପ୍ରଦାନ କରାଯାଇଥିବା ପ୍ରକାଶ କରିଛନ୍ତି । ଭଞ୍ଜନଗର ସହରବାସୀଙ୍କୁ ଉତ୍ତମ ବ୍ୟାଙ୍କିଙ୍ଗ ସେବା ପ୍ରଦାନ କରିବା ଏବଂ ବ୍ୟାଙ୍କରେ କୌଣସି ଅସୁବିଧା ସମ୍ମୁଖିନ ନହୋଇ ବ୍ୟାଙ୍କର ରହିଥ‌ିବା ବିଭିନ୍ନ ଯୋଜନାରେ କିପରି ସମସ୍ତ ଗ୍ରାହକ ଅନ୍ତର୍ଭୁକ୍ତ ହୋଇପାରିବେ ତାହାଉପରେ ସହ -ଶାଖାପରିଚାଳକ ସୁପ୍ରିୟା ବାଗେ ନିଜ ମତ ପ୍ରକାଶ କରିଥିଲେ । ଏହି ପ୍ରତିଷ୍ଠା ଦିବସରେ ସମସ୍ତ କର୍ମଚାରୀ ସୁଶାନ୍ତ ନାୟକ, ପ୍ରିୟମ୍ବଦା ଆଚାର୍ଯ୍ୟ, ଶୈଳଜା ପଟ୍ଟନାୟକ, ବସନ୍ତ କୁମାର ଦାସ, ଗୌରହରି ନାଇକ, ଅରୁଣ ଜେନା,ଦୁର୍ଗା ମାଧବ ଅlଚାରୀ ଓ ବିନୋଦ କୁମାର ଗୌଡ଼ ଙ୍କ ସମେତ ବ୍ୟାଙ୍କର ଅନ୍ୟ କର୍ମଚାରୀ ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତ ସହଯୋଗ କରିଥିଲେ ।