
ଜୟପୁର : ଚାରିଦିନିଆ ଦିନିଆ କୋରାପୁଟ ଜିଲ୍ଲା ଗ୍ରସ୍ତରେ ମହାମହିମ ରାଜ୍ୟପାଳ ହରିବାବୁ କମ୍ଭମପତି l ଜୟପୁର ବିମାନ ବନ୍ଦରରେ ଜିଲ୍ଲାପାଳ ଓ DIG ପ୍ରଶାସନ ପକ୍ଷରୁ ଗାର୍ଡଅଫଂ ଅନର ପ୍ରଦlନ କରାଯାଇଥିଲା l ଜୟପୁର କୋରାପୁଟ, ଦେଓମାଳି ଯିବା ସହ ମାଲକାନଗିରି ଜିଲ୍ଲା ଗ୍ରସ୍ତ କାର୍ଯ୍ୟକ୍ରମ ରହିଛି l ଅପରାହ୍ନରେ ମହାମହିମ ରାଜ୍ୟପାଳ ହରିବାବୁ କମ୍ଭମପତି କୋରାପୁଟ କଫି ବୋର୍ଡ ବୁଲି ଦେଖିବା ସହ କଫି ଚାଷୀଙ୍କ ସହ ଆଲୋଚନା କରିଥିଲେ lତେବେ କୋରାପୁଟ କଫି ଆନ୍ତର୍ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ପାଇଥିବା ବେଳେ କିଛି କଫି ଚାଷୀ ସରକାରୀ ଜମି ସହାୟତା ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ l ଆଲୋଚନା ପରେ ରାଜ୍ୟପାଳ କୋରାପୁଟ କଫିର ମଜ୍ଜା ନେବା ସହ କଫିବୋର୍ଡ ବୁଲି ଦେଖିଥିଲେ l ଜାତୀୟସ୍ତରରେ କଫିର ପରିଚୟ ବଢ଼ୁଥିବା ବେଳେ ଜିଲ୍ଲାରେ କଫି ଚାଷକୁ ନେଇ କିଛି ଅସନ୍ତୋଷ ପ୍ରକାଶ କରିଛନ୍ତି ମହାମହିମ ରାଜ୍ୟପାଳ lସେପଟେ ରାଜ୍ୟପାଳଙ୍କୁ ଦେଖି ଚାଷୀ ଖୁସି ପ୍ରକାଶ କରିଥିବା ବେଳେ କଫି ଉଦ୍ୟୋଗୀ କହନ୍ତି କଫି ପ୍ଲାଣ୍ଟରଙ୍କୁ ନେଇ ସରକାର ନୁଆ ଯୋଜନା କରିବା ସହ ଟୁରିଜିମକୁ ପରୋକ୍ଷ ଭାବେ ପ୍ରୋତ୍ସାହନ ଦେଇପାରିବେ l ସଂଧ୍ୟାରେ ମହାମହିମ ଶାବର ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁ ଜଗରନାଥ ମନ୍ଦିର ଯାଇ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି l