ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ କ୍ୟାମେରା

ପୁରୀ : ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ କ୍ୟାମେରା l ଆଜି ସକାଳ ସମୟରେ ଶ୍ରୀମନ୍ଦିର ଉପରେ ନୀଳଚକ୍ର ଚାରି ପଟେ ଘୁରି ବୁଲୁଥିଲା ଅଜଣା ଡ୍ରୋନ l ଶ୍ରୀମନ୍ଦିର ଉପର ନୋ ଫ୍ଲାଇଂ ଜୋନ ହୋଇଥିବା ବେଳେ କିଭକି ଭାବେ ବାରମ୍ବାର ଡ୍ରୋନ ଉଡ଼ୁଛି ତାହା ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି l ଗତକାଲି ରାତିରେ ଏକ ଡ୍ରୋନ ଉଡ଼ୁଥିବା ବେଳେ ଆଜି ସକାଳ ସମୟରେ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଛି l