କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଓଡିଆ ବିଭାଗର ସ୍ୱାଗତ ସଭା

ଭଞ୍ଜନଗର,୧୨/୯- ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀ ଛାତ୍ରଙ୍କୁ ଶୁକ୍ରବାର ଶେଷ ବର୍ଷ ଏବଂ ଦୁତୀୟ ବର୍ଷ ଛାତ୍ରୀ ଛାତ୍ର ସ୍ବାଗତ କରିଥିଲେ । ଆୟୋଜିତ ସଭାରେ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ସଭାପତିତ୍ବ କରି ଛାତ୍ରୀ ଛାତ୍ର ମାନେ କିଭଳି ଶୃଙ୍ଖଳିତ ଜୀବନ ବିତାଇବେ ସେନେଇ କହିଥିଲେ। ସୈଖିକ ପରିଷଦର ସଂପାଦକ ପ୍ରାଧ୍ୟାପକ ହର ପ୍ରସାଦ ଶତପଥି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଭାଗୀୟ ମୁଖ୍ୟ ଅଧ୍ୟାପିକା ରାଜଲକ୍ଷ୍ମୀ ରଥ, ଅଧ୍ୟାପିକା ରୋଜାଲିନ ମହାରଣା, ଅଧ୍ୟାପିକା କଳ୍ପନା ସେଣ୍ଢ ପ୍ରମୁଖ ଆଲୋଚନାରେ ଭାଗ ନେଇ ନିଜର ମତ ରଖିଥିଲେ। ଅଧ୍ୟାପକ ଦିଗନ୍ତ ଜେନା ସଭାକୁ ସଂଯୋଜନା କରିଥିଲେ।