ଆସିକା: ବାଲିସିରା ରେ ଚଢାଉ, ଇନୋଭା ଗାଡ଼ିରୁ ଗଂଜେଇ ଜବତ

ଆସିକା ୧୪/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଓଡିଶା ରାଜ୍ୟ ଅବକାରୀ ଆଯୁକ୍ତ ପି. ଅନ୍ଵେଷା ରେଡ୍ଡୀ ଓ ଅବକାରୀ ଯୁଗ୍ମ ଆଯୁକ୍ତ ତଥା ଭାରପ୍ରାପ୍ତ ଅବକାରୀ ଉପ-ଆଯୁକ୍ତ, ଦକ୍ଷିଣାଂଚଳ, ଡମ୍ବରୁଧର ଖଣ୍ଡା ଙ୍କ ନିର୍ଦେଶ କ୍ରମେ ଓ ଉପ-ଅଧିକ୍ଷ୍ୟକ ଶ୍ରୁତିକାନ୍ତ ରାଉତ ଙ୍କ ପ୍ରତ୍ୟକ ତତ୍ୱାବଧାନ ରେ ଆଜି ସକାଳୁ ଅବକାରୀ ଗୁଇନ୍ଦା ସଂସ୍ଥା, ବ୍ରହ୍ଣପୁର ଏକ ବିଶେଷ ସୂତ୍ରରୁ ଖବର ପାଇ ଗଞ୍ଜାମ ଜିଲ୍ଲା ର ଆସ୍କା ଅଞ୍ଚଳ (ବାଲିସିରା ) ରେ ଚଢ଼ାଉ କରି ଇନୋଭା ଗାଡ଼ିରୁ ୫୦ କେଜି ଗଂଜେଇ ଜବତ ଅବକାରୀ ବିଭାଗ l ବିଶେଷ ସୂତ୍ରରୁ ଖବର ପାଇଁ ଅବକାରୀ ବିଭାଗର ଏକ ଟିମ ବିଶେଷ ସୂତ୍ରରୁ ଖବର ପାଇଁ ଗାଡିକୁ ଅଟକାଇ ଏହି ଗଞ୍ଜେଇ ଜବତ କରିଛି l
ତାଙ୍କ ଠାରୁ ଗୋଟିଏ ଇନୋଭା କାର, ଦୁଇଟି ପଲସର ମୋଟର ସାଇକେଲ ଯାହା ପଚାଶ କିଗ୍ରା ଗଂଜେଇ, ପାଞ୍ଚ ଗୋଟି ମୋବାଇଲ ଫୋନ ଜବତ କରିଥିବା କୁହାଯାଇଛି l ଅବକାରୀ ବିଭାଗ ପକ୍ଷରୁ ଦୁଃଶାସନ ମଲ୍ଲିକ, (୧୯), ଜିତେନ୍ଦ୍ର ମଲ୍ଲିକ (୨୬), ଅଜିତ କୁମାର ଦିଗାଲ (୩୫), ସତ୍ୟ ନାରାୟଣ ମଲ୍ଲିକ (୨୩), ସମୁୟାଲ ଦିଗଲ (୩୮), ଓ ପ୍ରକାଶ ମଲ୍ଲିକ (୧୯) ବୋଲି ଅବକାରୀ ବିଭାଗ ସୂଚନା ଦେଇଛନ୍ତି l କନ୍ଧମାଳ ରୁ ରାଜଧାନୀ ଅଭିମୁଖେ ଚୋରା ରେ ଗଂଜେଇ ଚାଲାଣ ବେଳେ ଧରାପଡ଼ିଥିଲେ l ଗତ ୧୧ ତାରିଖ ରେ ଖଲ୍ଲିକୋଟ ଅଂଚଳ ରୁ ଏଭଳି ଗଂଜେଇ ଚାଲାଣ ବେଳେ ଏଭଳି ଚୋରା ଗଂଜେଇ କରିଡ଼ର ର ସୂଚନା ମିଳିଥିଲା l ଆଜିର ଏହି ଗଂଜେଇ ଚାଲାଣ ର ମୁଖ୍ୟ କିଙ୍ଗ ପିନ କୁ ଖୋଜୁଛି ଅବକାରୀ ବିଭାଗ ଅଧିକାରୀ l
ଇନୋଭା ଗାଡ଼ିରେ ଗଂଜେଇ ରଖି ଦୁଇ ଜଣ ଯିବା ବେଳେ ଦୁଇ ଫଲସର ଗାଡ଼ିରେ ପାଇଲେଟ କରି ଯାଉଥିଲେ l ଅଭିଯୁକ୍ତ ମାନେ ଏହି ଗଂଜେଇକୁ କନ୍ଧମାଳ ରୁ ଭୁବନେଶ୍ୱର ନେଉଥିଲେ ବୋଲି ପ୍ରକାଶ କରିଛନ୍ତି। ସମସ୍ତ ଜବତ ସାମଗ୍ରୀ ର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ହେବ l ଆଗାମୀ ପୂଜା ଋତୁ କୁ ଆଖିରେ ରଖି ଏହି ଚଢ଼ାଉ ଆହୁରି ଜୋରଦାର ହେବ ବୋଲି ଅଧିକାରୀ ପ୍ରକାଶ କରିଛନ୍ତି l