
କଳାହାଣ୍ଡି : ତା : 14/09/(ପର୍ଶୁରାମ ସିନ୍ଦୁର) ଭବାନୀପାଟଣା ଟାଉନ ହଲ ଠାରେ ଅଲ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ପଞ୍ଚମ ପ୍ରତିଷ୍ଠା ଦିବସ ଓ ନୂଆଖାଇ ଭେଟଘାଟ ରାଜ୍ଯ ସଭାପତି ଧନଞ୍ଜୟ ଦୀପ୍ ଙ୍କ ନେତୃତ୍ଵରେ ମହାସମାରୋହରେ ପାଳନ କରାଯାଇଛି । ମଞ୍ଚାସୀନ ଥିଲେ ଜିଲ୍ଲା ସଭାପତି ବୃନ୍ଦାବନ ନାଗ, ପୋଲିସ ରିକ୍ୱାଈର୍ମେଣ୍ଟ ବୋର୍ଡ ଭୁବନେଶ୍ବରର ଏସପି ବଳଭଦ୍ର ଦୀପ୍, କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ବୈତୁରା ଦୀପ, କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛେତ୍ରି, ଜିଏସଟି ଜଏଣ୍ଟ କମିଶନର ତୋଫାନ ବେମାଳ,କେସିଙ୍ଗା ଏସଡିପିଓ ସନ୍ଦିପ କୁମାର ମାଝି,କେସିଙ୍ଗା ବିଡିଓ ଜନ୍ମେଜୟ ସାଇଁ, କାର୍ଯ୍ୟକାରୀ ସଭାପତି ତେଜରାଜ ବେହେରା, ଉପଦେଷ୍ଟା ରାଜେନ୍ଦ୍ର ଭାରତୀ, ସୁଗ୍ରୀବ ଦୀପ୍, ମହିଳା ମୁଖ୍ୟ ସୁଭଦ୍ରା ଶେଖ୍ ଆଜାଦ, କେସିଙ୍ଗା ସଭାପତି ଭାଗିରଥି ନାଏକ, ନର୍ଲା ସଭାପତି ରଘୁନାଥ ଦୀପ୍, ଜୁନାଗଡ ସଭାପତି ମହାଦେବ ନାଏକ, କେସିଙ୍ଗା ଏନ୍ ଏ ସି ସଭାପତି ବିଷ୍ନୁ ମଙ୍ଗରାଜ, କଲମପୁର ସଭାପତି ବଳରାମ ଦୁର୍ଗା, ଶତନାମି ସମାଜ ର ରାଜ୍ଯ କୁଳପତି କ୍ଷେତ୍ର ମୋହନ ସତନାମି, ରବିଦାସ ସମାଜ ଜିଲ୍ଲା ସଭାପତି ଶଙ୍କର ମେହେର,କଳାହାଣ୍ଡି ଜିଲ୍ଲା ୧୩ ଟି ବ୍ଳକ ତିନୋଟି ଏନ୍ ଏ ସି ଗୋଟିଏ ମୁନିସିପାଲିଟି ର ସହ ସହ ଲୋକଙ୍କ ଉପସ୍ଥିତ ହୋଇଥିଲେ ,, ସମସ୍ତ ଅତିଥି ବକ୍ତବ୍ଯ ରଖିଥିଲେ, ସମାଜର ସମସ୍ତେ ବାବାସାହେବ ଆମ୍ବେଦକର ଆଦର୍ଶ ରେ ଅନୁପ୍ରାଣିତ ହେବା ସହ ଶିକ୍ଷା କୁ ପ୍ରାଧାନ୍ୟ ଦେବା ଓ ସଙ୍ଗଠିତ ହୋଇ ରହିବା, ସମାଜ ପାଇଁ କାମ କରି ମୃତ୍ୟୁ ବରଣ କରି ଥିବା ସମାଜ ସେବୀ ମାନଙ୍କୁ ମରଣୋତ୍ତର ସମାଜ ରତ୍ନ ସମ୍ମାନ ଦିଆଯାଇଥିଲା । ସମାଜର ପ୍ରତିଭାବାନ ବ୍ୟକ୍ତିତ୍ୱର ଅଧିକାରୀ ମାନଙ୍କ ସମାଜ ପ୍ରତିଭା ସମ୍ମାନ ଦିଆଯାଇଥିଲା। ସମାଜର ଡକ୍ଟର ପ୍ରଶାସନିକ ଅଧିକାରୀ ମାଟ୍ରିକ +2 , +3 ବ୍ଳକ ଟପର ଜିଲ୍ଲା ଟପର ଛାତ୍ର ଛାତ୍ରୀ ମାନଙ୍କୁ ଉଦୀୟମାନ ତାରକା ସମ୍ମାନରେ ସମ୍ମାନିତ କରାଯାଇଛି । ପ୍ରତ୍ୟେକ ବର୍ଷ ସଂଗଠନ ର ପ୍ରତିଷ୍ଠା ଦିବସରେ ଏହି ତିନୋଟି ସମ୍ମାନ ଦିଆଯିବା ପାଇଁ ସଂଗଠନ ନିଷ୍ପତ୍ତି ନେଇଛି । ସଭା କାର୍ଯ୍ୟ ପରିଚାଳନା କରିଥିଲେ ମହାସଚିବ ଶତ୍ରୁଘ୍ନ ନାଏକ ଓ ସମାଜିକ ମୁଖ୍ୟ ଗିରିଜା ବେହେରା ।