
ଭଞ୍ଜନଗର ୨୩/୧୦ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ର ବ୍ଲକ୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ବ୍ରାହ୍ମଣପଦର କ୍ଲଷ୍ଟରସ୍ଥିତ ସରକାରୀ ଗାଲେରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଏହାର ଉଦ୍ଘାଟନୀ ଉତ୍ସବରେ ଉଦ୍ଘାଟକ ରୂପେ ଭଞ୍ଜନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ମହୋଦୟା ଲୋପାମୁଦ୍ରା ରଥ ମଞ୍ଚାସିନ ଥିଲେ। ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ଗହଣରେ ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ସ୍ବରାଜ କହଁର, ଭଞ୍ଜନଗର ବ୍ଲକର ବିଆରସିସି ତଥା ଏବିଇଓ ସୂର୍ଯ୍ୟ ନାଇକ, ଚରଣ ବେହେରା, ଗଜେନ୍ଦ୍ର ସେଠୀ,ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ସ୍ବାଇଁ ତଥା ଗାଲେରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଦିତ୍ୟ ପ୍ରସାଦ ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ଥିଲେ। ଏଥିରେ ଭଞ୍ଜନଗର ବ୍ଲକର ୧୬ ଟି କ୍ଲଷ୍ଟର ରୁ ପ୍ରାୟ ୪୫୦ ଜଣ ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସଭାପତି ରୂପେ ଭଞ୍ଜନଗର ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଲୋପାମୁଦ୍ରା ରଥ, ସମ୍ମାନିତ ଅତିଥି ରୂପେ ଦୀନବନ୍ଧୁ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସ୍ବରାଜ କହଁର, ହରିଗଡ ୟୁପିଏସ ର ପ୍ରଧାନ ଶିକ୍ଷକ ସରୋଜକାନ୍ତ ଶତପଥୀ, ଗାଲେରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ସୁମିତ୍ରା ଗୌଡ଼, ସମିତିସଭ୍ୟା ମାମାଜିନୀ ଗୌଡ଼ ତଥା କାର୍ଯ୍ୟକ୍ରମର ଆବାହକ ରୂପେ ସରକାରୀ ଗାଲେରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଞ୍ଚାସିନ ଥିଲେ। କବି ସମ୍ରାଟ ବିଦ୍ୟାପୀଠ, କୁଲାଡର ଅଧ୍ୟକ୍ଷ ଗୌରୀ ନନ୍ଦନ ହୋତା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଏଥି ସହିତ ସହକାରୀ ଶିକ୍ଷୟତ୍ରୀ ଉଷାରାଣୀ ସାମନ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଅନ୍ୟ କର୍ମଚାରୀ, ସମସ୍ତ ସିଆରସିସି ଏବଂ ଅନ୍ୟ ବିଦ୍ୟାଳୟ ମାନଙ୍କର ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ। ସଭା ଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ ସହ ସହକାରୀ ଶିକ୍ଷକ ସତ୍ୟ ନାରାୟଣ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।