କଣ୍ଟେନରରେ ଗୋରୁ ଚାଲାଣ ବେଳେ ୩୦ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର

ରେଢ଼ାଖୋଲ:ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଭୀମଭୋଇ ଛକ ନିକଟରେ ବେଆଇନ ଭାବେ ଗୋ ଚାଲାଣ ହେଉଥିବା ବେଳେ ଏକ କଣ୍ଟେନର ଗାଡ଼ିକୁ ସ୍ଥାନୀୟ ଲୋକେ ଓ ପୋଲିସ ସହାୟତାରେ ଗାଡ଼ିକୁ ଅଟକାଇ ୩୦ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର କରାଯାଇଛି। ଏଥିରେ ସମ୍ପୃକ୍ତି ଥିବା ଜଣେ ଗୋ ଚାଲାଣକାରିକୁ ପୋଲିସ ଗିରଫ କରିଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଛି।ସୂଚନା ଅନୁଯାୟୀ, ବେଗୁନିଆରୁ ଖଡକପୁରକୁ ଏକ କଣ୍ଟେନର ଗାଡ଼ିରେ ବେଆଇନ ଭାବେ ଗୋ ଚାଲାଣ ହେଉଥିବା ଖବର ପାଇ ବଜରଙ୍ଗଦଳର କାର୍ଯ୍ୟକର୍ତ୍ତା ମାନେ ବଇଣ୍ଡାରୁ ଗାଡ଼ିକୁ ଧରିବା ପାଇଁ ପିଛା କରିଥିଲେ। ଶେଷରେ ରେଢ଼ାଖୋଲ ପୋଲିସ ସହାୟତାରେ ସ୍ଥାନୀୟ ଲୋକେ ଗାଡ଼ିକୁ ଅଟକାଇ ଥିଲେ। ଗାଡି ଭିତରୁ ଗୋରୁ ମାନଙ୍କୁ ଉଦ୍ଧାର କରି ବୈଷ୍ଣବଝୁଲି ସ୍ଥିତ ଗୋଶାଳାରେ ଜିମା ଦେଇଥିଲେ। ପୋଲିସ ଏକ ମାମଲା ରୁଜୁ କରିଥିବା ଜଣା ପଡିଛି।