ବିଭିନ୍ନ କାର୍ଯ୍ୟପାଇଁ ବିଧାୟକଙ୍କ ଦ୍ୱାରା ଭିତିପ୍ରସ୍ତର ସ୍ଥାପନ

ଭଞ୍ଜନଗର ୨୩/୧୧ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ କର କମଳ ରେ ଆଜି ଭଂଜନଗର ବ୍ଲକ ରେ ବିଭନ୍ନ ଉନ୍ନୟନ କାର୍ଯ୍ୟର ଭିତିପ୍ରସ୍ତର ସ୍ଥାପନ କରାଯାଇଛି । ବିଧାୟକଙ୍କ ଜନ୍ମସ୍ଥାନ ତିଳିସିଙ୍ଗି ଗ୍ରାମ ଠାରେ ପୂର୍ତ ବିଭାଗ ପକ୍ଷରୁ ୧ କୋଟି ୩୩ ଲକ୍ଷ ଟଙ୍କା ବ୍ୟୟ ରେ ରାସ୍ତା ପାଇଁ ଭିତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାଇପଲ୍ଲୀ ଠାରୁ ଧନଞ୍ଜୟପୁର ରାସ୍ତା ର ପ୍ରଶସ୍ତି କରଣ କରିବା ପାଇଁ ସାତ କୋଟିରୁ ଉର୍ଦ୍ଧ୍ବ ଟଙ୍କା ର ଭିତିପ୍ରସ୍ତର ସ୍ଥାପନ ଓ ସାଧାରଣ ସଭା ଆୟୋଜନ କରାଯାଇଥିଲା । ଦୀର୍ଘବର୍ଷ ହେଲା ଏହି ରାସ୍ତା ସଂକୀର୍ଣ୍ଣ ହୋଇ ପଡ଼ିଥିବା କାରଣରୁ ବିଭିନ୍ନ ସମୟରେ ଏହି ରାସ୍ତାରେ ଦୁର୍ଘଟଣା ଘଟୁଥିବା ଅଞ୍ଚଳବାସୀଙ୍କ ଅଭିଯୋଗ କୁ ଭିତି କରି ଏହି ରାସ୍ତା ପ୍ରଶସ୍ତିକରଣ ପାଇଁ ଆଜି ବିଧାୟକ ନିଜ ହାତରେ ଶିଳାନ୍ୟାସ କରିଥିଲେ । ବିଭଗର ଅଧିକାରୀ ଓ ଅଞ୍ଚଳବାସୀ ଏଥିରେ ସାମିଲ ହୋଇଥିଲେ । ବିଧାୟକଙ୍କ ଏଭଳି ନିଷ୍ପତିକୁ ଅଞ୍ଚଳବାସୀ ଭୁୟସୀ ପ୍ରଶଂଶା କରିଛନ୍ତି ।