ଭଞ୍ଜନଗର: ୬୫ କେଜି ଗଞ୍ଜେଇ ସହ ବୋଲେରୋ ଜବତ, ଦୁଇ ଗିରଫ

ଭଞ୍ଜନଗର ୨୪/୧୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ ସୋରଦେବୀ ମନ୍ଦିର ଛକ ନିକଟରୁ ରବିବାର ଭଞ୍ଜନଗର ପୋଲିସ ୬୫ କେଜି ୬୦ ଗ୍ରାମ୍ ଗଞ୍ଜେଇ ସହ ଏକ ବୋଲେରୋ ଜବତ କରିଛି।ଏହା ସହ ଏହି ଘଟଣାରେ ପୋଲିସ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଧିନ ସୈତିଙ୍ଗିଆ ଗ୍ରାମର ଗଗନ କୁମାର ମୁଖି ଓ କେଳାପଡା ଗ୍ରାମର ଦିବ୍ୟ ରଞ୍ଜନ ଦିଗାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନାନୁସାରେ,ରବିବାର ସନ୍ଧ୍ୟା ସମୟରେ ଏସଆଇ ଜୋସ୍ନାମୟୀ ସାହୁ ଙ୍କ ନେତୃତ୍ୱ ରେ ପୋଲିସ ଟିମ୍ ଫୁଲବାଣୀ ମୁଜାଗଡ ରାସ୍ତାରେ ପେଟ୍ରୋଲିଂ କରୁଥିଲେ। ଏହି ସମୟର ସୋରଦେବୀ ମନ୍ଦିର ଛକ ନିକଟରେ ଏକ ବୋଲେରୋ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ସନ୍ଦେହ କରି ପେଟ୍ରୋଲିଂ ଟିମ୍ ଚଢାଉ କରିଥିଲା। ଚଢାଉ ସମୟରେ ପୁଲିସ ଦୁଇ ଜଣକୁ ଅଟକ ରଖି ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ତିନୋଟି ଜରି ଅଖା ଭର୍ତ୍ତି ଗଞ୍ଜେଇ ମିଳିଥିଲା। ପରେ ପୁଲିସ ଉକ୍ତ ଗଞ୍ଜେଇ ସବୁକୁ ଜବତ କରିବା ସହ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ଅବିନାଶ ମହାରଙ୍କ ଉପସ୍ଥିତିରେ ଓଜନ କରିଥିଲା।ଏହି ଘଟଣାରେ ପୁଲିସ ଉଭୟ ଗଞ୍ଜେଇ ଚାଲାଣକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ନିକଟରୁ ୧୮୩୦ ଟଙ୍କା, ଦୁଇଟି ମୋବାଇଲ ସହ ଏକ ବୋଲେରୋ ଗାଡି( ଓଡି ୧୨ ଇ ୦୪୭୨) ଜବତ କରାଯାଇଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୁଚନା ଦେଇଛନ୍ତି।