ସୋରଡ଼ା: ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର

ସୋରଡ଼ା ୦୫/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଅଲୋଡ଼ା ହେଲା ନବଜାତ ଶିଶୁପୁତ୍ର।ଜନ୍ମକଲା ମା ପରେ ବନ୍ଧରେ ଫିଙ୍ଗିଦେଇଥିବା ଅନୁମାନ କରାଯାଉଛି ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅଧୀନ ଚାକୁଣ୍ଡା ଗ୍ରାମରେ ଗାଁ ରେ ଥିବା ପୋଖରୀରେ ଭାସୁଛି ନବଜାତ ଶିଶୁପୁତ୍ର ର ମୃତ ଦେହ ।ସୂଚନା ପ୍ରକାରେ ବନ୍ଧକୁ ଗାଧେଇବା ପାଇଁ ଯାଇଥିବା କିଛି ଲୋକ ବନ୍ଧରେ ଭାସୁଥିବା ଶିଶୁ ଟିକୁ ଦେଖିଥିଲେ ଓ ବଡଗଡ ପୋଲିସ କୁ ଖବର ଦେଇଥିଲେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶିଶୁପୁତ୍ର ର ମୃତଦେହ କୁ ଉଦ୍ଧାର କରି ଘଟଣା ର ଅଧିକ ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇବ।ତେବେ ଏହି ପରି କାର୍ଯ୍ୟକୁ ଅଞ୍ଚଳ ବାସି ନିନ୍ଦା କରିବା ସହ ସଂପୃକ୍ତ ଥିବା ମହିଳା ଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଈ ପୋଲିସ କୁ ଅନୁରୋଧ କରିଛନ୍ତି ।