ବୁଗୁଡ଼ାରେ ବିଜେପିର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ମିଶ୍ରଣ ପର୍ବ

ବୁଗୁଡ଼ା ୨୫/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ବୁଗୁଡ଼ା ବଡଦାଣ୍ଡରେ ଭାରତୀୟ ଜନତା ପାର୍ଟି ପକ୍ଷରୁ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଜେପି ନଗର ମଣ୍ଡଳ ସଭାପତି କେଦାରନାଥ ମହାରଣଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଉପସ୍ଥିତ କର୍ମୀ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ।କେ. ନୀଳମାଧଵ ଅଚାରୀ, ମାନସ ରଞ୍ଜନ ପ୍ରଧାନ,ପ୍ରଭାକର ପଣ୍ଡା, ଜୟନ୍ତୀ ପଢ଼ିଆରୀ,ଧରଣୀଧର ପଣ୍ଡା, କୃଷ୍ଣଚନ୍ଦ୍ର ମହାପାତ୍ର, ବନବାସୀ ମହାରଣା,ହରିହର ସାହୁଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ମଞ୍ଚାସୀନ ରହିଥିଲେ।ହର ପ୍ରସାଦ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ଅବସରରେ ବୁଗୁଡ଼ା ଏନଏସି ଅନ୍ତର୍ଗତ ବିଭିନ୍ନ ୱାର୍ଡର ସହ ସହ ବ୍ୟକ୍ତି ବିଜେପିରେ ମିଶିଥିବା ବେଳେ ସେମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା।