ନୂଆପଡ଼ା ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ବୈଠକ ଅନୁଷ୍ଠିତ

ନୂଆପଡ଼ା (ପରମେଶ୍ୱର ମେହେର, ନୂଆପଡ଼ା ଜିଲ୍ଲା ପ୍ରତିନିଧି): ନୂଆପଡ଼ା ଜିଲ୍ଲା ଖରିଆର ରୋଡ଼ ଯୋଙ୍କ ନଦୀ ନିକଟ ଶାନ୍ତି ଉଦ୍ୟାନ ଠାରେ ନୂଆପଡ଼ା ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ସୁରେଶ ଆଚାରୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ସଂଘ ସମ୍ପାଦକ ଦେବାନନ୍ଦ ତାଣ୍ଡି ସଂଘର ପୂର୍ବ କାର୍ଯ୍ୟକ୍ରମ ଓ ଆଗାମୀ ଦିନର କାର୍ଯ୍ୟଯୋଜନା ସମ୍ପର୍କରେ ସଦସ୍ୟମାନଙ୍କୁ ଅବଗତ କରାଇଥିଲେ। ଆଗାମୀ ଏପ୍ରିଲ ମାସରେ ରାଜ୍ୟସ୍ତରୀୟ ସଭା ଅନୁଷ୍ଠିତ କରାଯିବାକୁ ସ୍ଥିର କରାଯାଇଥିବା ବେଳେ ଜୁନ ରୁ ଜୁଲାଇ ମାସ ମଧ୍ୟରେ ନୂତନ କାର୍ଯ୍ୟକାରିଣୀ କମିଟି ଗଠନ ନେଇ ଆଲୋଚନା ହୋଇଥିଲା। ସେହିପରି ଜିଲ୍ଲା ମୁଖ୍ୟାଳୟରେ ସାମ୍ବାଦିକମାନଙ୍କ ପାଇଁ ଏକ କାର୍ଯ୍ୟାଳୟ କିମ୍ବା ବିଶ୍ରାମ ଗୃହର ଆବଶ୍ୟକତା ଥିବାରୁ ଏହାର ବ୍ୟବସ୍ଥା କିପରିକରାଯିବ,ସେନେଇ ଆଲୋଚନା ସହ ସଂଘର ନୂତନ କୋଠାନିର୍ମାଣପ୍ରସଙ୍ଗଉଠାଯାଇଥିଲା। ପ୍ରତ୍ୟେକ ତିନି ମାସରେ ସ୍ବାସ୍ଥ୍ୟ ଶିବିର, ରକ୍ତଦାନ ଶିବିର, ସାମ୍ବାଦିକ ତାଲିମ ଶିବିର ଭଳି ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ସ୍ଥିର କରାଯାଇଛି। ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓ କେନ୍ଦ୍ର ସଦସ୍ୟ ଦୀପକ ମିଶ୍ର ଓ ମନୋଜ କୁମାର ସଗରିଆ ଜିଲ୍ଲାରେ ସାମ୍ବାଦିକ ସୁରକ୍ଷା ବିଷୟରେ କିପରି ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇପାରିବ, ସେନେଇ ଆଲୋକପାତ କରିଥିଲେ। ବୈଠକରେ ସିନାପାଲି, ଖଡ଼ିଆଳ, ବୋଡ଼େନ ଓ ନୂଆପଡ଼ା ବ୍ଲକରୁ ଲୋକନାଥ ମହାପାତ୍ର, ସୁରେନ୍ଦ୍ର ତିଓ୍ବାରୀ, ଅମିତ ପୁରୋହିତ, ରାଜକିରଣ ସିଂ, ସତୀଶ ଯୋଶୀ, ହେରମ୍ବ ମେହେର, ମୋହନଲାଲ ଦୀପ, ସାମ୍ବ ସରାଫ, ସୁରେଶ ଦଣ୍ଡସେନା, ଅଭିଷେକ ଆଚାରୀ, ଚନ୍ଦ୍ର ବେହେରା, ବିଶୁଦ୍ଧର ବନଛୋର, ବିଶ୍ବନାଥ ସାମିଳ ଓ ଗେଞ୍ଜଲାଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।