ମର୍ମନ୍ତୁଦ ବାଇକ୍ ଦୁର୍ଘଟଣାରେ ଚାଳକ ମୃତ, ଜଣେ ଗୁରୁତର

ଭଞ୍ଜନଗର ୧୦/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ସାହାଣପଲ୍ଲି ନିକଟରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ।ବ୍ରିଜରେ ପିଟି ହେଲା ବାଇକ୍ ଜଣେ ମୃତ ଜଣେ ଗୁରୁତର ।ମୃତକ ହେଲେ ରାଇପଲ୍ଲି ଗ୍ରାମର ସାଗର ଗୌଡ । ଅନ୍ୟଜଣେ ସେହି ଗ୍ରାମର ସନ୍ତୋଷ ଦଳବେହେରା ।ଦୁହେଁ ଆଜି ବାଇକ୍ ଯୋଗେ କୌଣସି ଏକ କାମରେ ଭଞ୍ଜନଗର ଆସିଥିଲେ ।କାମ ସାରି ନିଜ ଗାଁ ରାଇପଲ୍ଲୀକୁ ଫେରୁଥିବା ବେଳେ ସାହାଣପଲ୍ଲୀ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ବ୍ରିଜ ରେ ପିଟି ହୋଇଯାଇଥିଲା ।ସେଠାରେ ଦୁହେଁ ଗୁରୁତର ଅବସ୍ଥାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ ।ସେଠାରେ ଡାକ୍ତର ସାଗର ଗୌଡ ଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।ମେଡିକାଲରେ ଚପା ଉତ୍ତେଜନା ଦେଖାଦେଇଥିବା ବେଳେ ଭଞ୍ଜନଗର ପୋଲିସ୍ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି ।