
ଚୌଦ୍ଵାର (ଶିବବ୍ରତ ଦାସ ) ଚୌଦ୍ଵାର ଅବକାରୀ ଥାନା ତରଫରୁ ଲକ୍ଷ୍ମଣପୁର, ଓସିଏଲ୍, ନଖରା, ଶାଳଗାଁ ଆଦି ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ୧୫୫ ଲିଟର ଦେଶୀ ମହୁଲି ମଦ ସହିତ ୫ ଜଣ ଅଭିଯୁକ୍ତ କୁ ଗିରଫ କରିଛି । ସେଥି ମଧ୍ୟରୁ ୩ ଜଣ ପୁରୁଷ ଓ ୨ ଜଣ ମହିଳା ଅଭିଯୁକ୍ତ ଥିବାର ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ଶାଳଗାଁ ର ଶିବରାମ ମଲ୍ଲିକ, ଜଗତପୁରର ଏରିଆ ରାଓ, ଲକ୍ଷ୍ମଣପୁରର ଶଙ୍କର ସ୍ୱାଇଁ, ନଖରାର ପି.ରାମା, ଓସିଏଲ୍ ଅଞ୍ଚଳର ମୁକ୍ତା ସୋରେନ ବିରୁଦ୍ଧରେ ଅବକାରୀ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ଇନ୍ସପେକ୍ଟର ମାନସୀ ନାୟକ,ଚୌଦ୍ୱାର ଅବକାରୀ ଥାନା ର ଇନସ୍ପେକଟର ଭକ୍ତ ବତ୍ସଳ ବର୍ମା, ଆଶୁତୋଷ ଜେନା, ରାଜକୃଷ୍ଣ ବିଶ୍ଵାଳ, ସୁନିଲ ବଲ, ଲକ୍ଷ୍ମଣ, ଗୀତାଞ୍ଜଳି ବେହେରା ପ୍ରମୁଖ ସାମିଲ ରହିଥିଲେ।