
ଭଞ୍ଜନଗର :୦୨/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ନକ୍ସଲ ମାନଙ୍କ ଗୁଳିରେ ପ୍ରାଣ ହରାଇ ଅମର ହୋଇ ଯାଇଥିଲେ ଭଞ୍ଜନଗର ଥାନା ଅଧିନ ବଡ ପଥରା ଗ୍ରାମର ତ୍ରିଲୋଚନ ବିଶୋୟୀ। ଗତକାଲି ପୁଲିସ ପ୍ରତିଷ୍ଠା ଦିବସ ରହିଥିବା ବେଳେ ଜିଲ୍ଲା ପୁଲିସ ପକ୍ଷରୁ ବିଭିନ୍ନ ସହିଦଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ସ୍ମୃତି ଚାରଣ କରିଥିଲେ। ଏହି ପରିପ୍ରେକ୍ଷିରେ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର ବଡପଥରା ଗ୍ରାମକୁ ଯାଇ ତ୍ରିଲୋଚନଙ୍କ ଘରେ ତାଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିସହ ତ୍ରିଲୋଚନଙ୍କ ବଡ ଭାଇ ମହେଶ୍ବର ବିଷୋୟୀ ମଧ୍ୟ ପୁଲିସ ବାହିନୀରେ କାର୍ଯ୍ୟକରି ଅବସର ନେଇ ଗ୍ରାମରେ ରହୁଥିବା ବେଳେ ତ୍ରିଲୋଚନଙ୍କ ପୁଅ ରଞ୍ଜନ କୁମାର ବିଷୋୟୀ ମଧ୍ୟ ଏବେ ଗଜପତି ଜିଲ୍ଲାରେ ପୁଲିସ ବିଭାଗରେ କାର୍ଯ୍ୟରତ ଅଛନ୍ତି। ଉଭୟଙ୍କ ସହ ଆଲୋଚନା କରିବା ସହ ସହିଦଙ୍କ ପରିବାର ପାଇଁ ରହିଥିବା ସମସ୍ତ ସୁବିଧା ସୁଯୋଗ ସଂର୍ପକରେ ଆଲୋଚନା କରିଥିଲେ। ଏଥିସହ ସମସ୍ତ ସଦସ୍ୟଙ୍କୁ ଏସ୍ପି ଓ ଅନ୍ୟ ଅଧିକାରୀ ମାନେ ସମ୍ବର୍ଦ୍ଧିତ କରିଥିଲେ। ସହିିଦ ତ୍ରିଲୋଚନ କୋରାପୁଟ ସ୍ଥିତି ତୃତୀୟ ବାଟାଲିଆନ୍ରେ ଲେନ୍ସ ନାୟକ ଭାବେ କାର୍ଯ୍ୟରତ ରହିଥିଲେ। ୧୯୯୮ ମସିହା ଡିସେମ୍ବର ୧୨ ତାରିଖ ଦିନ ତାଙ୍କୁ ମାଲକାନଗିରିର କାଲିମେଳାରେ ଠାରେ ଡ୍ୟୁଟି ଦିଆଯାଇଥିଲା। ସେଠାରେ ନକ୍ସଲ ହମଲାରେ ସେ ସହିଦ ହୋଇ ଯାଇଥିଲେ। ସହିଦଙ୍କ ପରିବାର ସହ ସର୍ବଦା ଆମେ ଅଛୁ ବୋଲି ଏସ୍ପି ପ୍ରତିକ୍ରିୟା ଦେଇଥିଲେ। ଏହି ସମୟରେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀଣୀ ବିପାସା ପାରୁଲ,ଅତିରିକ୍ତ ଏସ୍ପି ରଞ୍ଜନ କୁମାର ଦେ,ଏସ୍ଡିପିଓ ଡ.ଦିପକ କୁମାର ମିଶ୍ର,ଥାନା ଅଧିକାରୀ ଜୀବନାନନ୍ଦ ଜେନା,ଏସ୍ଆଇ ସମୀର କୁମାର ସେଠୀ,ଲକ୍ଷ୍ମୀଧର ମହାନ୍ତି, ହାବିଲଦାର ଦିଲ୍ଲୀପ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ।