
ବୁଗୁଡା,୦୫/୦୪ (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦର ଠାରେ ତ୍ରିନାଥ ସାସମଲଙ୍କ ମାନସିକ ପଞ୍ଚୁଦଣ୍ଡ ମହାମିଳନ ବାଲିପଦର ଠାରେ ମହାସମାରୋହରେ ପାଳିତ ହୋଇ ଯାଇଛି।ଗହଙ୍ଗୁ ,ଏ.କରଡାବାଡି,ସୁନାକେରା,ବଣପଲ୍ଲୀ,ପଙ୍କଳବାଡିର ମା ଦଣ୍ଡକାଳୀ କର୍ତ୍ତାଙ୍କ ବାସଭବନ ଠାରେ ଧୁଳିଦଣ୍ଡ ସମାପନ ପରେ ସାମନ୍ତରା ବନ୍ଧ ଠାରେ ପାଣିଦଣ୍ଡ ଭାଙ୍ଗି କର୍ତ୍ତା ତ୍ରିନାଥ ସାସମଲଙ୍କ ବାସଭବନ ଠାରେ ମହାମିଳନ କରି ବାଲିପଦର ଜଙ୍କସନ୍ ଓ ମକର ପଡିଆ ଠାରେ ପଞ୍ଚ ଦଣ୍ଡଙ୍କ ମହାମିଳନ ଅନୁଷ୍ଠିତ ହୋଇଥିଲା। ସମସ୍ତ ଦଣ୍ଡ ଦଳ କୁୁମୁଟିସାହି, ଚଷା ସାହି, ମହାରଣା ସାହି, କାର୍ଯୀ ସାହି, ମେଡିକାଲ ସାହି ପ୍ରଭୂତି ସାହି ପରିକ୍ରମା କରି ନିଜନିଜ ଆସ୍ଥାନକୁ ପହଞ୍ଚି ଦଣ୍ଡ ସମାପନ କରିଥିଲେ। ସମସ୍ତ ସାହିର କର୍ମକର୍ତ୍ତା ମାନଙ୍କୁ ନେଇ ଗଠିତ ପଞ୍ଚଦଣ୍ଡ କମିଟି ଦଣ୍ଡ ପରିଚାଳନା କରିଥିଲେ। ଅଞ୍ଚଳର ପାଞ୍ଚ ହଜାର ଶ୍ରଦ୍ଧାଳୁ ଏହି ପାବନ ଉତ୍ସବରେ ଯୋଗଦେଇ ମା’କାଳୀଙ୍କ ଦର୍ଶନ ଲାଭ କରିଥିଲେ।